ପରୀ ହତ୍ୟାକାଣ୍ଡ ରେ ଅରୁଣ ଙ୍କୁ ବଞ୍ଚାଇବା ପାଇଁ ପାଣ୍ଡିଆନ ଖେଳିଲେ ପ୍ରଦୀପ ଷଡ଼ଯନ୍ତ୍ର!

ବିଧାୟକ ପ୍ରଦୀପ ଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ସ୍ତ୍ରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ସେ କହିଛନ୍ତି ଯେ ଜାଣି ଶୁଣି ତାଙ୍କୁ ଫସାଉଛନ୍ତି ସରକାର। ଯଦି ଦୁର୍ନୀତି ହୋଇଛି ତାହାଲେ ସରକାର ମଧ୍ୟ ଏଥିରେ ସାମିଲ ଅଛନ୍ତି। ସରକାର ବେଲ ଖାଇ ଅଠା କୁ ପ୍ରଦୀପ ଏବଂ ତାଙ୍କ ସମୁଦି ପାଠକ ଙ୍କ ଉପରେ ଲଦୁଛନ୍ତି। 

ଏହି ଚାଲ ପଛର ଖଳନାୟକ ହେଉଛନ୍ତି ପାଣ୍ଡିଆନ ଏବଂ ବବିଦାସ୍। ପରୀ ହତ୍ୟାକାଣ୍ଡ ରେ ମନ୍ତ୍ରୀ ଅରୁଣ ସାହୁ ଙ୍କୁ ବଞ୍ଚାଇବା ପାଇଁ ଏ ଚାଲବାଜି! ମିଡ଼ିଆ ଏବଂ ଜନସାଧାରଣ ଙ୍କ ଧ୍ୟାନ ହଟେଇବା ପାଇଁ ହେଉନାହିଁ ତ ଏହି ଷଡ଼ଯନ୍ତ୍ର। ମାଷ୍ଟରଷ୍ଟ୍ରୋକ ଖେଳିନାହାନ୍ତି ତ ପାଣ୍ଡିଆନ? ଏନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।ପରୀ ନିଆଁରେ ରାଜ୍ୟ ଜଳୁଥିବା ବେଳେ ସରକାର ଲୋକଙ୍କ ଧ୍ୟାନ ହଟେଇବା ପାଇଁ ବିଧାୟକ ପ୍ରଦୀପ ଙ୍କୁ ବଳୀ ଦେଇନାହାନ୍ତି ତ ଆଉ?

ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉଠାଇନେଇଛି କ୍ରାଇମବ୍ରାଂଚ। ସନ୍ଧ୍ୟା ସମୟରେ ସରକାରୀ ବାସଭବନରୁ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇନେଇଛି ।ସାଇବର ପୁଲିସ ଷ୍ଟେସନର ଗୋଟିଏ କେସରେ ପଚରାଉଚରା କରାଯାଉଥିବା ଜଣାପଡିଛି । ଆକାଶ ପାଠକଙ୍କ ସହ ସଂପୃକ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ନେଇ ତନାଘନା ସୂଚନା । ପାଠକ ବାପ, ପୁଅଙ୍କ ସହ ଲିଙ୍କ ନେଇ ତଦନ୍ତ ରାଡାରରେ ଥିଲେ ପ୍ରଦୀପ ପାଣିଗ୍ରାହୀ ।


ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବାସଭବନରୁ ପଚରାଉଚରା ଲା ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ଆକାଶ ୬୮ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇଥିଲେ ।ଏନେଇ ଟାଟା ମୋଟର୍ସ ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଅଭିଯୋଗ ହୋଇଥିଲା ।ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଏବେ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ଆର୍ଥିକ କାରବାର ନେଇ ଉଭୟ ବାପା, ପୁଅଙ୍କୁ ପଚରାଉଚରା କରିବ ଏସଆଇଟି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.