ରୋଷେଇ ଘର କେଉଁଠି ଓ କିପରି ହେଲେ ହୋଇଥାଏ ଧନର ବର୍ଷା।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ରୋଷେଇଘର ସଠିକ ଦିଗ ଓ ସଠିକ ସ୍ଥାନରେ ନରହିବ ତେବେ ବହୁତ ଅସୁବିଧା ହେବ।ରୋଷେଇଘର କେଉଁଠି ଅଛି ତାହା ଦେଖି ଜଣାପଡ଼ିଥାଏ ଘରର ସ୍ୱାସ୍ଥ୍ୟ, ରୋଜଗାର, ସର୍ବନାଶ, ବିବାହ, ଚାକିରୀ ଇତ୍ୟାଦି ବିଷୟରେ ଅନେକ କଥା।ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ରୋଶେଷଘର ସଠିକ ଦିଗ ଓ ସଠିକ ସ୍ଥାନରେ ରହିବା ଅତ୍ୟନ୍ତ ଆବଶ୍ୟକ।ତେବେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ଦିନ ଓ କେଉଁ ସ୍ଥାନରେ ରୋଷେଇଘର ରହିବା ଆବଶ୍ୟକ।

ରୋଷେଇଘର ପାଇଁ ଉତ୍ତମ ଦିଗ ହେଉଛି ଦକ୍ଷିଣ-ପୂର୍ଵର କୋଣ ବା ଆଗ୍ନେୟ କୋଣ ।ଏହି କୋଣରେ ଘରର ରୋଷେଇଘର ରହିବା ଦ୍ଵାରା ପରିବାରର ମହିଳାମାନେ ସର୍ବଦା ପ୍ରସନ୍ନ ରହିବାସହିତ ପରିବାରର ଶାନ୍ତି ବଜାଇରହିଥାଏ।ଘରର ରୋଷେଇଘର ଯଦି ଦକ୍ଷିଣ ଦିଗରେ ରୁହେ ତେବେ ଘରେ ଛୋଟଛୋଟ କଥାକୁ ନେଇ ପାଟି ଲାଗିଥାଏ।ଘରର ରୋଷେଇଘର ଯଦି ପଶ୍ଚିମ ଦିଗରେ ରୁହେ ତେବେ ଘରର ମହିଳାମାନଙ୍କ କଥାର ତାଳତମ୍ୟ ରୁହେନାହିଁ।ଏହା ସହ ପଶ୍ଚିମ ଦିଗରେ ରୋଷେଇଘର ରହିବା ଦ୍ଵାରା ବାସ୍ତୁଦୋଷ ବଢିଥାଏ।ଏହାର ପ୍ରଭାବରେ ଅନ୍ନ ଓ ଧନ ନଷ୍ଟ ହୋଇଥାଏ।ରୋଷେଇଘର ଯଦି ଉତ୍ତର-ପଶ୍ଚିମ କୋଣ ବା ବାୟୁକୋଣରେ ରହିଥାଏ ତେବେ ସ୍ୱାମୀ ଓ ସ୍ତ୍ରୀ ଭିତରେ ସମ୍ପର୍କ କ୍ଷୀଣ ହୋଇଥାଏ।

ରୋଷେଇଘର ଯଦି ଉତ୍ତର-ପୂର୍ଵ କୋଣ ବା ଐସାନ୍ୟ କୋଣରେ ରହିଥାଏ ତେବେ ତୋଜଗାର ଓ ଆୟରେ ଉନ୍ନତି ହୋଇଥାଏ।ଘରର ମହିଳାମାନେ ବହୁତ ଚତୁର ହୋଇଥାନ୍ତି ଓ ଘରର ମୁରବୀମାନେ ସମସ୍ତଙ୍କୁ ସ୍ନେହ କରିଥାନ୍ତି।ପରିବାରର ସମସ୍ତେ ଏକାଠି ରହିବାସହ ଖୁସିରେ ଜୀବନ ବିତାଇଥାନ୍ତି।କଳିଝଗଡା ମନମାଳିନ ଦୂରହୋଇଥାଏ।ରୋଷେଇଘର ଯଦି ପୂର୍ବ ଦିଗରେ ହୋଇଥାଏ ତେବେ ଘରକୁ ଧନର ଆଗମନ ହୋଇଥାଏ।

ଘରର ପୂର୍ଵପୁରୁଷ ଦେବତା ତୁଲ୍ୟ ପୂଜାପାଇଥାନ୍ତି।ଏହା ସହ ସର୍ବଦା ରୋଷେଇଚୁଲାର ମୁଖ ପଶ୍ଚିମ ଦିଗକୁ ରହିବା ଆବଶ୍ୟକ।ଏବଂ ଘରର ମହିଳାମାନେ ରୋଷେଇକରିବା ସମୟରେ ପୂର୍ବଦିଗକୁ ମୁହଁକରି ରୋଷେଇକରିବା ଆବଶ୍ୟକ।ଏପରି ହେଲେ ସେହି ପରିବାରରେ ସମସ୍ତେ ସୁଖରେ ରହିଥାଏ।ଆଜିକାଲି ଲୋକମାନେ ରୋଷେଇଘରେ ପାଣିର ଟ୍ୟାପ ଲଗାଉଛନ୍ତି।ଯାହା ଦ୍ଵାରା ପାଣିର ସୁବିଧା ହେଉଛି।ଏହା ଭଲ କଥା କିନ୍ତୁ ଏହା ମନେରଖନ୍ତୁ ଯେକୌଣସି ପାଣିର ପାତ୍ର ସର୍ବଦା ରୋଷେଇଘରର ଐସାନ୍ୟ କୋଣରେ ରହିବା ଆବଶ୍ୟକ।ସମସ୍ତ ରୋଷେଇ ସାମଗ୍ରୀ ସର୍ବଦା ରୋଷେଇଘରର ପଶ୍ଚିମ ପଟେ ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ଲାଗିରହିବ।ଏବଂ ରୋଷେଇଘରର ଅଗ୍ନିକୋଣରେ ଏକ ଲାଲ ରଙ୍ଗର ବଲ ଜଳାଇବା ଉଚିତ।ଏହା ଦ୍ଵାରା ଘରର ବହୁତ ଉନ୍ନତି ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.