ଆଗାମୀ ୧୨୫ ଦିନ ପର୍ଯ୍ୟନ୍ତ ହୋଇପାରିବ ନାହିଁ କୌଣସି ବିବାହ।ବିବାହ କରିବାକୁ ମନସ୍ଥ କରିଥିଲେ ଏହାକୁ ଥରେ ନିଶ୍ଚୟ ପଢ଼ନ୍ତୁ । ୧୫ ଡିସେମ୍ବରରୁ ଗ୍ରହର ଦିଗ ପରିବର୍ତ୍ତନ ହେଉଛି। ଯେଉଁ କାରଣରୁ ଆଗାମୀ ୧୨୫ ଦିନ ପଯ୍ୟର୍ନ୍ତ କୌଣସି ବିବାହ ବା ଶୁଭ କାମ ହୋଇପାରିବ ନାହିଁ । ଅର୍ଥାତ ୧୨୫ ଦିନ ପର୍ଯ୍ୟନ୍ତ ବିବାହ ପାଇଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ। ଯାହାଫଳରେ ଏତିକି ଦିନ ଯାଏଁ ବିବାହ ଭଳି ଶୁଭ କାର୍ଯ୍ୟ ହୋଇପାରିବ ନାହିଁ।ଗ୍ରହର ରାଜା କୁହାଯାଉଥିବା ସୂର୍ଯ୍ୟଦେବ, ଧନୁ ରାଶିର ମୂଳା ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ଯେତେବେଳେ ଧନୁ ଏବଂ ମୀନ ରାଶିରେ ସୂ ସୂର୍ଯ୍ୟ ଗୋଚର କରିଥାନ୍ତି, ତାହାକୁ ମଳ ମାସ କୁହାଯାଏ । ଏହି ସ୍ଥିତି ୧୫ ଡିସେମ୍ବରରୁ ଆରମ୍ଭ ହେଉଛି । ଜ୍ୟୋତିର୍ବିଦଙ୍କ ଅନୁଯାୟୀ, ସୂର୍ଯ୍ୟ ଦେବ ୧୬ ଡିସେମ୍ବର ସକାଳ ଅର୍ଥାତ୍ ୬ଟା ବାଜି ୧୫ ମିନିଟରେ ମୂଳା ନକ୍ଷତ୍ର ଧନୁ ରାଶିରେ ପ୍ରବେଶ କରିବେ। ଯାହାପରେ ମଳ ମାସ ଆରମ୍ଭ ହୋଇଯିବ। ଆଉ ଏହା ୧୪ ଜାନୁଆରୀ ୨୦୨୧ ଗୁରୁବାର ଦିନ ୨ଟା ବାଜି ୩ ମିନିଟ ଯାଏଁ ରହିବ।ପ୍ରାୟ ଏକ ମାସ୍ ପର୍ଯ୍ୟନ୍ତ ମଳମାସ ରହିବ, ଯାହାପରେ ପୁନଃ ୧୪ ଜାନୁଆରୀ ଗୁରୁବାର ଦିନ ୨ ଟା ବାଜି ୩ ମିନିଟରେ ସୂର୍ଯ୍ୟଦେବ ଧନୁ ରାଶିକୁ ଛାଡ଼ି ଶନିଦେବଙ୍କ ରାଶିରେ ପ୍ରବେଶ କରିବେ। ଯାହାପରେ ୧୪ ଜାନୁଆରୀ ୨୦୨୧ରେ ମଳମାସ ସମାପ୍ତ ହେବ।
ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ମକର ରାଶିରେ ପ୍ରବେଶ କରିବା ସହିତ ସୂର୍ଯ୍ୟଦେବ ଉତ୍ତରାୟଣ ଗତି ପ୍ରାରମ୍ଭ କରିବେ। ଯାହା ବିବାହ ଆଦି ଶୁଭ କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ରହିବ, କିନ୍ତୁ ଏଥର ଯୋଗ କିଛି ଅଲଗା ପଡୁଛି । କାହିଁକିନା ୧୬ ଜାନୁଆରୀରେ ଦେବ ଗୁରୁ ପଶ୍ଚିମ ଦିଗରେ ଅସ୍ତ ହୋଇ ୧୨ ଫେବ୍ରୁଆରୀରେ ଉଦୟ ହେବେ। ସେହିପରି ସୌଭାଗ୍ୟ, ସୁଖ ସମ୍ପନ୍ନତାର କାରକ ଗ୍ରହ ଶୁକ୍ର ୧୭ ଫେବ୍ରୁଆରୀ ୨୦୨୧ରେ ପୂର୍ବ ଦିଗରେ ଅସ୍ତ ହେବେ। ଯାହା ପୁର୍ନବାର ୧୯ ଏପ୍ରିଲରେ ଯାଇ ପଶ୍ଚିମ ଦିଗରେ ଉଦୟ ହେବେ।
ଜ୍ୟୋତିର୍ବିଦ ଦିବାକର ତ୍ରିପାଠୀ କୁହନ୍ତି ଯେ ସୂର୍ଯ୍ୟଦେବ ୧୪ ମାର୍ଚ୍ଚରୁ ମୀନ ରାଶିରେ ଥିବା କାରଣରୁ ମଳମାସ ଲାଗିରହିବ। ଏହିପରି ଭାବେ ସୂର୍ଯ୍ୟ, ଦେବଗୁରୁ ବୃହଷ୍ପତି ଏବଂ ଦୈତ୍ୟ ଗୁରୁ ଶୁକ୍ରଙ୍କ ସ୍ଥିତି ଭଲନଥିବା କାରଣରୁ ବିବାହ ଆଦି ପାଇଁ ଶୁଭ ମୁହୂର୍ତ୍ତ ମିଳିବ ନାହିଁ। ଯେଉଁ କାରଣରୁ ୧୬ ଡିସେମ୍ବର ୨୦୨୦ ଠାରୁ ୨୨ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ କୌଣସି ବି ବୈବାହିକ କାର୍ଯ୍ୟ ସମ୍ପନ୍ନ ହେବନାହିଁ । ତେଣୁ ଏବେ ବୈବାହିକ ଏବଂ ଶୁଭ କାର୍ଯ୍ୟର ଶୁଭାରମ୍ଭ ୨୨ ଏପ୍ରିଲ ୨୦୨୧ ପରେ ହେବ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ