୨୦୨୧ ରେ ଏହିଦିନ ଶେଷ ହେବ କଳିଯୁଗ,ନାସ୍ତେରାଦମସ କରିଥିଲେ ଏହି ଭବିଷ୍ୟବାଣୀ

ଏହି ବର୍ଷ ଆମ ସଭିଙ୍କ ପାଇଁ ସବୁଠାରୁ ଅଧିକ ଅଶୁଭ ବର୍ଷ ଥିଲା।୨୦୨୦ ଅପେକ୍ଷା ୨୦୨୧ ଆହୁରି ଭୟଙ୍କର ହୋଇପାରେ। ଏଭଳି ଏକ ଭବିଷ୍ୟବାଣୀ କରିସାରିଛନ୍ତି ଫ୍ରାନ୍ସ ଜନ୍ମିତ ବିଶିଷ୍ଟ ଭବିଷ୍ୟବକ୍ତା  ମାଇକେଲ୍ ଡି ନଷ୍ଟ୍ରାଡମ୍ସ। ୪୬୫ ବର୍ଷ ପୁରୁଣା ଭବିଷ୍ୟବାଣୀ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବି ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ନଷ୍ଟ୍ରାଡମ୍ସ ଶତାବ୍ଦୀର ପ୍ରଥମ ‘ଲେସ୍ ପ୍ରୋଫେଟିସ୍’ ନାମକ ଏକ ବହିରେ ବିଶ୍ବକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ। ଏହି ବହିର ପ୍ରଥମ ସଂସ୍କରଣ ୧୫୫୫ରେ ଆସିଥିଲା। ବହିରେ ମୋଟ ୬୩୩୮ଭବିଷ୍ୟବାଣୀ ରହିଛି, ଯେଉଁଥିରୁ ୭୦ ପ୍ରତିଶତ କଥା ଆଜି ପର୍ଯ୍ୟନ୍ତ ସତ ବୋଲି ପ୍ରମାଣିତ ହୋଇସାରିଛି। ତାଙ୍କର ଭବିଷ୍ୟବାଣୀ ଛନ୍ଧରେ ପରିଭାଷିତ ହୋଇଛି, ଯାହାକୁ ‘କ୍ବାଟ୍ରେନ୍’ ବୋଲି କୁହାଯାଏ।

୨୦୨୦ରେ ସତ ହୋଇଛି ଭବିଷ୍ୟବାଣୀ: ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ୨୦୨୦ରେ ସଠିକ ବାହାରିଲା। ୨୦୨୦ରେ ବ୍ୟାପିଥିବା କରୋନା ଭାଇରସ୍ ମହାମାରୀକୁ ମଧ୍ୟ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ସହିତ ଯୋଡିକି ଦେଖାଯାଏ। ଏହାଛଡା ବହୁ ଐତିହାସିକ ଘଟଣାରେ ମଧ୍ୟ ତାଙ୍କର ପ୍ରକୃତ ଭବିଷ୍ୟବାଣୀର ପ୍ରମାଣିତ ହୋଇସାରିଛି। ଆସନ୍ତୁ ଜାଣିବା ୨୦୨୧ରେ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ କ’ଣ ରହିଛି?

ଜୋମ୍ବି: ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଜଣେ ରୁଷିଆର ବୈଜ୍ଞାନିକ ଏଭଳି ଏକ ଜୈବିକ ଅସ୍ତ୍ର ଓ ଭାଇରସ୍ ବିକଶିତ କରିବେ, ଯାହାକି ମଣିଷକୁ ଜୋମ୍ବି(Zombie) ଅର୍ଥାତ ମୃତ ବ୍ୟକ୍ତିକୁ ଜୀବିତ କରି ରାକ୍ଷସ ପ୍ରବୃତ୍ତି ପ୍ରଦାନ କରିବ। ଆଉ ଏହି ଜୋମ୍ବି ଲୋକଙ୍କୁ ମାରିବା ସହ ତାଙ୍କୁ ଖାଇବ। ଏଭଳି ଭାବରେ ମଣିଷ ପ୍ରଜାତିର ସର୍ବନାଶ ହେବ ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।

ଦୁର୍ଭିକ୍ଷ: ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି- ଦୁର୍ଭିକ୍ଷ, ଭୂକମ୍ପ, ବିଭିନ୍ନ ପ୍ରକାର ରୋଗ ଓ ମହାମାରୀ କାରଣରୁ ବିଶ୍ବ ଅନ୍ତ ହେବାର ପ୍ରଥମ ସଙ୍କେତ ମିଳିବ। ଯେପରି ବର୍ତ୍ତମାନ ସମୟରେ କରୋନା ମହାମାରୀ କାରଣରୁ ପୁରା ବିଶ୍ବର ସ୍ଥିତି ବଦଳି ଯାଇଛି ଠିକ୍ଏ ସେଭଳି ଦୁର୍ଭିକ୍ଷ ଆସିବ, ଯାହାକୁ ସାରା ବିଶ୍ବ କେବେ ପୂର୍ବରୁ ସାମନା କରିନଥିବ। ବିଶ୍ବ ଜନସଂଖ୍ୟାର ଏକ ବଡ ଅଂଶ ଏହି ଧ୍ବଂସରୁ ବର୍ତ୍ତିପାରିବନି ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।

ସୂର୍ଯ୍ୟର ବିନାଶ :୨୦୨୧ରେ ସାରା ବିଶ୍ବର ପ୍ରମୁଖ ଘଟଣାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। ଏହି ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟର ବିନାଶ ପୃଥିବୀ କ୍ଷତିଗ୍ରସ୍ତର କାରଣ ପାଲଟିବ।  ସମୁଦ୍ର ସ୍ତର ବଢିବା ଓ ତାହା ଭିତରେ ପୃଥିବୀ ନଷ୍ଟ ହେବା ବୋଲି ତାଙ୍କର ଏହି ବହିଲେ ଉଲ୍ଲେଖ ରହିଛି। ଜଳବାୟୁ ପରିବର୍ତ୍ତନର ଏହି କ୍ଷତି ପ୍ରାକୃତିକ ସମ୍ବଳ ପାଇଁ ସାରା ବିଶ୍ବରେ ପରସ୍ପର ସହିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ।

ପୃଥିବି ସହ ମାଡ ହେବ ଧୂମକେତୁ: କେବଳ ସେତିକି ନୁହେଁ ନଷ୍ଟ୍ରାଡମ୍ସ ଆହୁରି ଭବିଷ୍ୟବାଣୀ କରିଛନ୍ତି ଯେ, ପୃଥିବୀ ସହିତ ମାଡ ହେବ ଏକ ବିଶାଳକାୟ ଧୂମକେତୁ। ଏହି ଧୂମକେତୁ ପୃଥିବୀ ସହିତ ମାଡ ହେବାପରେ ପ୍ରାକୃତିକ ବିପତ୍ତିର କାରଣ ପାଲଟିବ। ପୃଥିବୀ କକ୍ଷରେ ପ୍ରବେଶ କରିବା ପରେ ଏହି ଧୂମକେତୁ ଉତ୍ତପ୍ତ ହୋଇଯିବ। ଆକାଶରେ ଏହି ଦୃଶ୍ୟ ‘ଗ୍ରେଟ୍ ଫାୟାର’ ଭଳି ହେବ।’ ଉଲ୍ଳେଖନୀୟ ଯେ, ନାସାର ବୈଜ୍ଞାନିକମାନେ ମଧ୍ୟ ପୂର୍ବରୁ ଏକ ବଡ ଧୂମକେତୁ ପୃଥିବୀ ସହ ମାଡ ହେବାର ସମ୍ଭାବନା ପ୍ରକାଶ କରିଥିଲେ। ଏଥର ଏହା ଅଧିକ ଗମ୍ଭୀରତାର ସହ ନେବା ଦରକାର। କାରଣ 2009 KF1ଧୂମକେତୁ ୬ ମଇ ୨୦୨୧ରେ ପୃଥିବୀ ସହିତ ମାଡ ହେବାର ବିପଦ ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଧୂମକେତୁର ଶକ୍ତି ୧୯୪୫ରେ ହିରୋସିମା ଉପରେ ଆମେରିକା ଦ୍ବାରା ପକାଯାଇଥିବା ପରମାଣୁ ବୋମାଠାରୁ ୧୫ ଗୁଣ ଅଧିକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.