ସରକାରଙ୍କ ଗୁଲାମ ହେଉଛନ୍ତି ଏହି ସବୁ ମିଡ଼ିଆ ଚ୍ୟାନେଲ୍,ମାସକୁ ନିଅନ୍ତି ଏତେ ଟଙ୍କା!

ଓଡ଼ିଶାର ମିଡ଼ିଆ କଣ ଜାତୀୟ ମିଡ଼ିଆ ମଧ୍ୟ ସରକାର ଙ୍କ ଗୁଲାମ ପାଲଟିଛନ୍ତି। ମାଲିକ ଓ ଦଳୀୟ ନେତା ମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅର୍ଦ୍ଧ ସତ୍ୟ ବା ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି ବା ପ୍ରସାରଣ ହେଉଛି । ଯୋଜନାର ବିଫଳତାକୁ ନେଇ ଖବର ଜନତାଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । ଶାସକ ଦଳ କବଜାରେ ରାଜ୍ୟର ଗଣମାଧ୍ୟମ ବନ୍ଧା ପଡିଛି । ସରକାରର ଗଣମାଧ୍ୟମ ପ୍ରୀତି ଗଣମାଧ୍ୟମର ସ୍ୱାଧୀନତା, ସ୍ୱାତନ୍ତ୍ରତା, ନିରପେକ୍ଷତା ଓ ସର୍ବୋପରେ ସେବା କାର୍ଯ୍ୟକୁ ଛଡାଇନେଇ ସେସବୁକୁ ନିଜର କିଣା ଚାକର କରିଦେଇଛି । ଗଣମାଧ୍ୟମ ପ୍ରତିଷ୍ଠାତା, ପ୍ରତିନିଧି ନିଜ ବୁଦ୍ଧି, ବିବେକକୁ ସରକାରଙ୍କ ନିକଟରେ ବନ୍ଧାପକାଇଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜା ଓ ପରିତାପର ବିଷୟ ।

ସରକାରଙ୍କ ମିଡିଆ ପ୍ରେମ । ସମ୍ପ୍ରତି ରାଜ୍ୟ ସରକାର ମିଡିଆ ପ୍ରେମରେ ବାଇଆ । ଏକଥା ଆମେ କହୁନୁ, ସାଧାରଣରେ ତଥା ବିଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାରୀ ଦଳ ବିଭିନ୍ନ ଗଣମାଧ୍ୟମ କିଣି ଚାଲିଛନ୍ତି । ସ୍ଥିତି ଏପରି ହୋଇଛି କି, ରାଜ୍ୟରେ ଥିବା ଛୋଟ ବଡ ପ୍ରାୟତଃ ସବୁ ମିଡିଆ ହାଉସ ଏବେ ସରକାରଙ୍କ କବଜାରେ । ହାତ ଗଣତି କିଛି ଗଣମାଧ୍ୟମକୁ ଛାଡିଦେଲେ ସବୁ ସରକାରୀ ଦଳର ମାଲିକାନା, ସହଯୋଗରେ ଚାଲୁଛି । ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଗଣମାଧ୍ୟମ ପ୍ରେମକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା । ଗଣମାଧ୍ୟମର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଏପରି ଷଡଯନ୍ତ୍ର କରାଯାଉଥିବା  ଚର୍ଚ୍ଚା ହେଉଛି ।

ସରକାରଙ୍କ ମିଡିଆ ପ୍ରେମ ଏକ ସୁସ୍ଥ ଗଣତନ୍ତ୍ରର ବିରୋଧାଚରଣ ବୋଲି ମତ ପ୍ରକାଶ ପାଉଛି ।  କୁହାଯାଉଛି, ସରକାରୀ ଦଳ ତଥା କଳ ନିଜ ଦୋଷ ଦୁର୍ବଳତାକୁ ଲୁଚେଇବାକୁ ଏହି ଭୟଙ୍କର ଷଡଯନ୍ତ୍ର କରିଛି । ରାଜ୍ୟର ସମସ୍ତ ମିଡିଆକୁ ନିଜ ଅକ୍ତିଆରରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କ ମନମାନି ଓ ଦମନଲୀଳା ଚଳାଇଛନ୍ତି । ଏହି ସବୁ ମିଡିଆ ମାଧ୍ୟମରେ ବାସ୍ତବ ଚିତ୍ରଠୁ ଲୋକଙ୍କୁ ଦୂରେଇ ରଖାଯାଉଛି । ଫଳରେ ଲୋକେ କେବଳ ତାହା ହିଁ ଦେଖୁଛନ୍ତି ଓ ଜାଣୁଛନ୍ତି ଯାହା ଓ ଯେଉଁ ଭାବେ ସରକାର ଲୋକଙ୍କ ନିକଟରେ କୌଣସି ଘଟଣାକୁ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ବାସ୍ତବତାଠାରୁ ଲୋକେ ଅନଭିଜ୍ଞ ରହିଯାଉଛନ୍ତି, ଯାହା ଏକ ସୁସ୍ଥ ସମାଜ ଓ ଗଣତନ୍ତ୍ର ପାଇଁ ହାନିକାରକ ।

ବିଭିନ୍ନ ଘଟଣା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା, ଲୋକଙ୍କୁ ସେମାନଙ୍କ ଅଧିକାରୀ ସମ୍ପର୍କରେ ସଚେତନ କରିବା, ଅବହେଳିତଙ୍କ ସ୍ୱର ସାଜି ସେମାନଙ୍କ ଦାବି ସରକାର ନିକଟରେ ପହଞ୍ଚାଇବା ଓ ସରକାରର ଭୁଲ ତ୍ରୁଟିର ସମାଲୋଚନା କରିବା ହେଉଛି ଗଣମାଧ୍ୟମର କାର୍ଯ୍ୟ । ଗଣମାଧ୍ୟମ ସରକାର ଉପରେ ଅଙ୍କୁଶ ଲଗାଇବା ସହ ବିଧିବ୍ୟବସ୍ଥାକୁ ସୁଗମ କରି ଗଢିବାରେ କାର୍ଯ୍ୟ କରେ । କିନ୍ତୁ ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଶାସନ କରୁଛି ଗୋଟିଏ ଦଳ । ଲୋକଙ୍କ ବିଶ୍ୱାସଭାଜନ ହେବା ପରେ ଦଳ ଚଳାଇଛି ମନମାନି । ଦୁଇଟି ପାଳି ପରେ ସରକାର ଧୀରେଧୀରେ ଦୁର୍ନୀତିରେ ଲିପ୍ତ ରହିଛି । ଏହାକୁ ନେଇ ଗଣମାଧ୍ୟମ ଖବର ପ୍ରସାରଣ କରିବା ପରେ ସରକାର ଧୀରେଧୀରେ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିରେ ସାମିଲ କରି ସମ୍ବାଦର ସତ୍ୟ ଉପସ୍ଥାପନର କ୍ଷମତାକୁ ଛଡାଇ ନେଲେ ।

ସେହିପରି ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ସାଂସଦ କରି ତାଙ୍କ ପ୍ରତିଷ୍ଠିତ କଳିଙ୍ଗ ଟିଭିର ନିରପେକ୍ଷତାକୁ କିଣିନେଲେ, ସମ ହସ୍ପିଟାଲର ବ୍ୟାପକ ଅନିୟମିତତା ସତ୍ତେ୍ୱ ସମକୁ ପ୍ରାଧାନ୍ୟ ଦେଇ କୋଭିଡ ହସ୍ପିଟାଲର ମାନ୍ୟତା ଦେଇ ମନୋଜ ନାୟକଙ୍କୁ ନିଜ ଅଧୀନକୁ ନେଇଗଲା ସରକାର । ବର୍ତ୍ତମାନ କିଛି ଗଣମାଧ୍ୟମକୁ ସରକାରୀ ଦଳର ନେତା ମନ୍ତ୍ରୀ କିଣିଛନ୍ତି ବା ପ୍ରତିଷ୍ଠା କରିଛନ୍ତି । ସେସବୁ ମଧ୍ୟରେ ରହିଛି ସକାଳ, ସର୍ବସାଧାରଣ, ପ୍ରମୟ, ନନ୍ଦିଘୋଷ, ଏମବିସି, କନକ, ନ୍ୟୁଜ ସେଭେନ, ନକ୍ଷେତ୍ର । ସେହିପରି ବିଭିନ୍ନ ୱେବ ପୋର୍ଟାଲ ମଧ୍ୟ ଶାସକଦଳର ଅର୍ଥରେ କାର୍ଯ୍ୟକରୁଛି ।ଏଭଳି ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ। ଧନ୍ୟବାଦ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.