ଏମିତି ଚାଲିଛି ସରକାରୀ ଡାକ୍ତର ଖାନା ରେ ଦୁର୍ନୀତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ | ମାତ୍ର ସମସ୍ତ କ୍ଷେତ୍ର ରେ ଏହା ସମ୍ଭବ ପର ହେଇ ପାରୁଛି କି? ଏହା ବଡ ପ୍ରଶ୍ନ ଉଠିଛି |ସରକାର ଙ୍କ ତରଫ ରୁ ସରକାରୀ ଅନୁଷ୍ଠାନ ମାନଙ୍କରେ ସମ୍ପୂର୍ଣ ସୁବିଧା ଥିବା ସତ୍ୱେ ମଧ୍ୟ ଲୋକ ଦୁର୍ନୀତି ର ଶିକାର ହେଉଛନ୍ତି | ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ପୁରୀ ସରକାରୀ ଡାକ୍ତରଖାନା ରେ | ଜଣେ ପ୍ରସୂତି ରୋଗୀ ଙ୍କ ଠାରୁ ବାଇଶିସହ ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଭିଡିଓ ଭାଇରଲ ହେଉଛି | ମିଳିଥିବା ସୂଚନା ଅନୁସାରେ ଗତ ପାଞ୍ଚ ତାରିଖ ଶନିବାର ପୁରୀ ଗୋପ ଅଂଚଳ ର ସଂଗ୍ରାମ ପରିଡା ନିଜର ଜଣେ ସମ୍ପର୍କୀୟ ମହିଳା ଙ୍କୁ ପ୍ରସୂତି ପାଇଁ ପୁରୀ ସରକାରୀ ଡାକ୍ତରଖାନା ପ୍ରସୂତି ବିଭାଗ ରେ ଭର୍ତି କରିଥିଲେ |

ତେବେ ତୁରନ୍ତ ସିଜ଼ରିଆନ କରିବା ପାଇଁ ବାଇଶିସହ ଟଙ୍କା ମାଗିଥିଲେ ମେଡିକାଲ କର୍ତ୍ତୃପକ୍ଷ | ଏବଂ ଛୁଆ ଜନ୍ମ ହେବା ପରେ ନସହ ଟଙ୍କା ମଗା ଯାଇଥିଲା | ସେହି ବ୍ୟକ୍ତି ଙ୍କ ସହ କଥା ହେବା ପରେ ଜଣା ପଡିଥିଲା ଯେ ତାଙ୍କୁ ପ୍ରଥମେ ହସ୍ପିଟାଲର ଚାର୍ଜ କଥା କହି ବାଇଶିସହ ଟଙ୍କା ନିୟା ଯାଇଥିଲା ଯୋଉଟା କି ପରେ ଜାଣିବାକୁ ପାଇଲେ ଯେ ଡାକ୍ତରଖାନା ରେ ଡାକ୍ତର ଙ୍କ ଫୀ ହେଉଛି ୨ହଜାର ଏବଂ ବାକି ୨ସହ ଟଙ୍କା ହେଉଛି ନର୍ସ ମାନଙ୍କର | ପରେ ତାଙ୍କୁ OT କୁ ନେଇଥିଲେ ଏବଂ ନସହ ଟଙ୍କା ମାଗିଥିଲେ | ପରେ ନେଇଥିବା ନସହ ଟଙ୍କା ବିଷୟରେ ତାଙ୍କୁ କୁହାଯାଇଥିଲା ଛସହ ଟଙ୍କା ହେଉଛି OT ଚାର୍ଜ ଆଉ ୩ସହ ଟଙ୍କା ହେଉଛି ଷ୍ଟେଚର ବୋହିବା ବ୍ୟକ୍ତି ଙ୍କର ଚାର୍ଜ | ତେବେ ଆପଣ ଭାବନ୍ତୁ ଏହା କେତେଦୂର ଠିକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.