ଓଡିଶା ପାଇଁ ବଡ ଦୁଃଖ ଖବର, ଘଟିଛି ସୁରବାବାଙ୍କ ମୃତ୍ୟୁ।

ବନ୍ଧୁଗଣ ଆଜି ଆପଣ ମାନଙ୍କ ପାଇଁ ଗୋଟିଏ ବହୁତ ବଡ ଦୁଃଖ ଖବର।ମୃତ୍ୟୁ ବରଣ କରିଛନ୍ତି ଓଡ଼ିଶାର ଚର୍ଚ୍ଚିତ ବାବା ସୁରବାବା। ସାରଥି ବାବାଙ୍କ ପରେ ଓଡ଼ିଶା ରେ ସବୁଠୁ ଚର୍ଚା ରେ ଥିଲେ ସୁରବାବା।ସୁରବାବା ଅଚ୍ୟୁତାନନ୍ଦଙ୍କର ନାମରେ ଏକ ଆଶ୍ରମ କରିଥିଲେ।ବିଶାଳ ଯାଗାନେଇ ସେହି ଆଶ୍ରମ ନିଜର କାୟାବିସ୍ତାର କରିଥିଲା।ଓଡ଼ିଶାର ତଥା ଓଡିଶା ବାହାରେ ଅନେକ ଶ୍ରଦ୍ଧାଳୁ ତାଙ୍କର ରହିଥିଲେ।ତାଙ୍କର ମହିମା ସବୁଠାରେ ପ୍ରସାରିତ ହେଉଥିଲା।ମାତ୍ର ପରବର୍ତ୍ତୀ ସମୟରେ ଅନେକ ବେଆଇନ କାର୍ଯ୍ୟ ସେଠାରେ ହେଉଥିବାର ପୋଲିସ ଜାଣିପାରିଥିଲା।ଶେଷରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

୨୦୧୫ ମସିହାରେ ଓଡ଼ିଶାରେ ବାବାମାନଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗିଥିଲା। ଏବଂ ଆଜି ସକାଳେ ସେହି ଚର୍ଚ୍ଚିତ ବାବା ସୁର ବାବାଙ୍କ ମୃତ୍ୟୁ ଘଟିଛି। ସେ ଜଗତସିଂହପୁର ଜିଲ୍ଲା ର ତ୍ରାହି ଅଚ୍ୟୁତ ଆଶ୍ରମ ର ପ୍ରତିଷ୍ଠାତା ଥିଲେ। ଏବଂ ପରେ ତାଙ୍କର ବେଆଇନ କାର୍ଯ୍ୟକଳାପ ଓ ଜବରଦଖଲ ପାଇଁ ୨୦୧୫ ରେ ପୋଲିସ ତାଙ୍କୁ ଗିରଫ କରିଥିଲା।

୨୦୧୫ ରୁ ସେ ଜେଲ୍ ରେ ଥିଲେ।ଏଇ କିଛିଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ହଠାତ କିଛି ପରିବର୍ତ୍ତନ ଆସିଲା।ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ବଡ଼ ଖବର ଆସୁଛି ଯେ ଆଜି ସକାଳେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ବାବାଙ୍କର ଏପରି ଅଚାନକ ମୃତ୍ୟୁ କୁ ନେଇ ତ୍ରାହି ଅଚ୍ୟୁତ ଆଶ୍ରମରେ ଶୋକର ଛାୟା ଖେଳଯାଇଛି।ଏହି ଖବର ପାଇ ଓଡ଼ିଶାର କେତେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କର ସମସ୍ତ ଶ୍ରଦ୍ଧାଳୁ ଶୋକ ସନ୍ତପ୍ତ ହେଇଯାଇଛନ୍ତି।ସମସ୍ତେ ଗଭୀର ଭାବେ ମର୍ମାହତ।ସେ ଅନେକ ସୁକୀର୍ତିମାନ ମଧ୍ୟ କରିଯାଇଛନ୍ତି।ତାଙ୍କର ସେହି ଅମର ଆତ୍ମାର ସଦଗତି ହେଉ,ଏହାହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।ତାଙ୍କର ଆତ୍ମା ସମସ୍ତଙ୍କ ମନ ମଧ୍ୟରେ ବଞ୍ଚି ରହୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.