ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ୬ଟି ରାଶି 2021 ମସିହାରେ ଉନ୍ନତି କରିବାକୁ ଯାଉଛନ୍ତି।
ମେଷ ରାଶି :
ପାରିବାରିକ ପରିସ୍ଥିତି ଭଲ ରହିବ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଅନୁକଳ ରହିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ସାମୟିକ ବାଧା ସୃଷ୍ଟି କରିପାରେ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ, ଯାହାଫଳରେ ଆପଣ ସମସ୍ତ କାର୍ଯ୍ୟ ନିଜ ଇଚ୍ଛାଅନୁୟାଯୀ ସମ୍ପନ୍ନ କରିପାରିବେ । ସଭାସମିତରେ ଯୋଗ ଦେଇପାରନ୍ତି । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ସମ୍ପର୍କରେ ତିକ୍ତତା ଆସିପାରେ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆନନ୍ଦ ଉଲ୍ଲାସର ସହ ଦିନଟି ଅତିବାହିତ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ।

ମକର ରାଶି :
ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ନିଶ୍ଚୟ ପାଇବେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ମିଳିବ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମନ ଅସ୍ଥିର ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବାର ଆଶଙ୍କା ରହିଛି ।
ମିଥୁନ ରାଶି :
ମନରେ ଫୂର୍ତ୍ତି ଓ ପ୍ରସନ୍ନତା ରହିବ । କାର୍ଯ୍ୟସିଦ୍ଧି ହୋଇଯିବା କାରଣରୁ ମନ ପ୍ରଫୁଲ୍ଲ ରହିବ । କାର୍ଯ୍ୟ ସମସ୍ୟା ବହୁଳ ରହିଲେ ମଧ୍ୟ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ଦ୍ଵାରା ସହଜରେ ସମାଧାନ କରିପାରିବେ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ଏକ ପ୍ରକାର ମନ ହାଲୁକା ହୋଇଯିବ । ବହୁଦିଗରୁ ସହଯୋଗ ପାଇ ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବେ । ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍ ଜିନିଷ କ୍ରୟ, ଭ୍ରମଣ ରାଜନୀତି ପାଇଁ ଭଲ । ଚାକିରିରେ ଆପଣଙ୍କୁ ଯାତ୍ରା କରିବାକୁ ହେବ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ ।
କନ୍ୟା ରାଶି :
କର୍ମକ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ଅଭାବବଶତଃ ଇଚ୍ଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ । ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବିରୋଦ୍ଧାଚରଣ କରୁଥିବା ଲୋକେ ଆପଣଙ୍କ ପ୍ରତିଟି କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ଓ କିଛି ନା କିଛି ଅସୁବଧା ସୃଷ୍ଟି କରିବେ । ପରିବାର ମଧ୍ୟରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ କେତେକ ନୂତନ ସମସ୍ୟା ଦେଖାଦେଇପାରେ, ଯାହାଫଳରେ ମନରେ ସରସତା ରହିବ ନାହିଁ । ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ।
ଧନୁ ରାଶି :
ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ବଢ଼ନ୍ତୁ । ଦୀର୍ଘ ଦିନର ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି କରିବ । ମନ ଉତ୍ତେଜିତ ଫଳରେ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିପାରିବେ ନାହିଁ, ଯାହାଫଳରେ କର୍ମକ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହୋଇପାରେ । ବ୍ୟବସାୟରେ ନାନା ପ୍ରକର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସମସ୍ୟାର ସମାଧାନ ନିମନ୍ତେ ବନ୍ଧୁଙ୍କୁ ଠାରୁ ସାହାଯ୍ୟ ଲୋଡିବେ । ଆର୍ଥିକଦିଗରୁ ସ୍ଥିତି ଅତି ଶୋଚନୀୟ ଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ଲାଭ କରିବେ । ଆର୍ଥିକ ସଂକଟ ଲାଗିରହିଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯାଇପାରେ । ଗୋଟିଏ ପକ୍ଷରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ବେଳେ ଅନ୍ୟପଟେ ପାରିବାରିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ । ପୁରାତନ ରୋଗ ପୁନରାୟ ମୁଣ୍ଡ ଟେକିପାରେ, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡିବେ ଓ ପରବର୍ତ୍ତୀ ସମୟରେ ଅନୁତାପ କରିବ।
ମୀନ ରାଶି :

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ । ବନ୍ଧୁବାନ୍ଧବଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବା କାଠିକର ପାଠ ହେବ କିନ୍ତୁ ସେମାନେ ନିଜର ସ୍ଵାର୍ଥ ହାସଲ କରିବା ପାଇଁ ଆପଣଙ୍କୁ ବ୍ୟବହାର କରିପାରନ୍ତି । ବ୍ୟବସାୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆର୍ଥିକ ଅବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ । ଅର୍ଥସଂକଟ ସମାଧାନରେ ବନ୍ଧୁ ସାହାଯ୍ୟ କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି ଏବଂ ଅଯଥାରେ ଭୁଲ୍ ବାହାର କରି ସମାଲୋଚତ କରିବେ । ଅବଶ୍ୟ ସମାଜରେ ଆପଣଙ୍କ ସ୍ଥିତି ମଜବୁତ ରହିବ ଓ ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ସାମୟିକ କଳହ ହେବାର ସୂଚନା ରହିଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ