ପରି ଘଟଣାରେ ସରକାରଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଯୁବକ ଭିଡ଼ିଓ ହେଲା ଭାଇରଲ ।

‘ମା ଙ୍କୁ ସମ୍ମାନ ଗାଁ କୁ କାମ’ ଏହା ନବୀନ ପଟ୍ଟନାୟକଙ୍କ ସ୍ଲୋଗାନ, ଏହା କେତେ ସତ କେତେ ମିଛ ତାହା ଆପଣମାନେ ଭଲଭାବେ ଜାଣିଛନ୍ତି।ବେବିନା ମଲା କିଛିନାହିଁ,ଇତିଶ୍ରୀ ମଲା କିଛିନାହିଁ; ରାସ୍ତା,ଦାଣ୍ଡ, ବଜାରରେ ସ୍ତ୍ରୀ ମହିଳାମାନଙ୍କୁ ଛୁଟିଧରି ଟାଣି ଘୋଷାରି ମାଡ ମାରି ଇଜତ ସହ ଖେଳାଯାଉଛି,କିଛିନାହିଁ।ଆଦିତ୍ୟ ଦାସ ମଲା କିଛିନାହିଁ,ନୟାଗଡ଼ର ୫ ବର୍ଷ ୬ ମାସର ଝିଅ ପରି ମଲା କିଛିନାହିଁ,ତାର କିଡ୍ନୀ ବିକିଦିଆଗଲା ତଥାପି କିଛିନାହିଁ।

ଆଉ କେତେଦିନ ଏମିତି ଆପଣ ପଇସା ପଛରେ ଗଡାଉଥିବେ,ଏମିତି ନିଜ ସ୍ୱାର୍ଥ, ନିଜ ଲାଭ ଦେଖି ଚୁପ ହୋଇ ବସିରହିଥିବେ।ଆଉ ଆଡେ ଏହି ରାଜନେତା, ପ୍ରଶାସନ ସାଧାରଣ ଗରିବ ଲୋକମାନଙ୍କ ତଣ୍ଟି ଚିପି ରକ୍ତ ଶୋଷଣ କରୁଛନ୍ତି। ଆଜି ପରିର ବାପାମା ଗରିବ ବୋଲି, ଏମାନେ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି।ପରିକୁ ମରିସାରିବା ପରେ ମଧ୍ୟ ଦୋଷୀକୁ ନିରାପଦରେ ଘଣ୍ଟ ଘୋରାଇ ରଖିଛନ୍ତି।ତାର ବାପାମା ଙ୍କୁ ଥାନାରେ ରାତି ରାତି ବସାଇ ରଖୁଛନ୍ତି।

ଗରିବ ସ୍ତ୍ରୀ ସବୁରି ଶାଳୀ, ଏକହୁ ପ୍ରମାଣ କରି ଦେଖାଇଦେଲେ ଆମର ନୟାଗଡ଼ ଜିଲ୍ଲାର ଏସ୍ପି ଏବଂ ନୟାଗଡର ରାଜନେତା ମାନେ। ପରିର ମାବାପା ଖୁଳମଖୁଲା ସେହି ଏସ୍ପି ଓ ରାଜନେତାଙ୍କ ନା ନେଉଛନ୍ତି,ଯିଏକି ପରିର ଦୋଷୀମାନଙ୍କୁ ଏହିମାନେହିଁ ଘଣ୍ଟ ଘୋରାଇ ରଖିଛନ୍ତି।
ଆଜି ଦିନ ଦିପହରରେ ପରିର ବାପାମା ବିଧାନସଭା ଆଗରେ ନିଜେ ନିଜେ କିରାସିନି ଢାଳିହୋଇ ମାରିବାକୁ ଯାଉଥିଲେ, ଯଦି ତାଙ୍କୁ ନ୍ୟାୟ ଦେଇପାରିବନି ତେବେ ଚଡ଼ିଦେଲାନି କାହିଁକି ତାଙ୍କୁ?!

ଗୋଟିଏ ବୋଲି ଝିଅକୁ ମାରିଦେଲା ସେ ,ଆଉ ତାକୁ ତୁମେ ଘଣ୍ଟ ଘରେଇ ରଖିଛ। ଯଦି ସେ ତୁମ ଝିଅ ହୋଇଥାନ୍ତା ତେବେ କଣ ତୁମେ ଛାଡ଼ିଦେଇଥାନ୍ତ? ଧିକ ତମ ମାନବିକତା, ଧିକ ତମ ମଣିଷପଣିଆ। ଯେଉଁ ପୋଲିସମାନେ ନିଜ କାନ୍ଧ ଉପରେ ଯଉ ବ୍ୟାଚ ଲଗେଇଲା ବେଳେ ଶପଥ ଗ୍ରହଣ କରିଥିଲ ତାହା କଣ ସବୁ ଭୁଲିଗଲ ଆଉ ନିଜ ସ୍ୱାର୍ଥ ଦେଖିଲ। ଆଉ ରହିଲେ ରାଜନେତା ମାନେ, ତମକୁ କଣ ପରିର ବାପାମା ଭୋଟ ଦେଇନଥିଲେ,ନା ତାପାଇଁ ଆନ୍ଦୋଳନ କରୁଥିବା ହଜାର ହଜାର ଲୋକ ଭୋଟ୍ ଦେଇନଥିଲେ।

ତମେ ତ ରାତାରାତି ପଇସା ଖେଳକରି ,ମାଉସ ଝୋଳ ଦେଇ ଭୋଟ ଜିତୁଛ ଆଉ ପରି ଭଳି ସାଧାରଣ ଗରିବ ଲୋକଙ୍କୁ ହଇରାଣ କରୁଛ,ତମେ କଣ ବୁଝିବ ଗୋଟେ ମା କୋଳର କୋହ, ନିଜର ମାନବିକତା ବିକିସାରିଛ,ତମେ କୋଉଠୁ ବୁଝିବ ମା ର ଲୁହ।ନିଜେ ଯଦି ମଣିଷର ହୃଦୟ ଜିତିଥାନ୍ତ ନା, ତେବେ ଆଜି ଏମିତି ଘଟଣା ଘଟିନଥାନ୍ତା।ଆଉ ଏଭଳି ଦୋଷୀମାନେ ଖୋଲା ଆକାଶ ତଳେ ବୁଲିନାଥାନ୍ତେ। ସାଧାରଣ ମଣିଷର ଦୁଃଖ କଷ୍ଟ ଦୂର କରିବା ପାଇଁ ତୁମକୁ ଲିଡ଼ର ଭାବେ ବଛା ଯାଇଛି,ଆଉ ଏହାକୁ ଠିକ ଭାବେ କାର୍ଯ୍ୟ ସମ୍ପାଦନ କର।https://www.youtube.com/embed/4MaW8Zpj10M?feature=oembed

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.