ପରୀ ଭଳି ପିହୁ ସହ ଘଟିଲା ଏହି ଘଟଣା! ପୁଣି ଏକ ଅଭାବନୀୟ ଚିତ୍ର ଓଡ଼ିଶାରେ

ପରି ପରେ ପିହୁ କୁ କିଏ ନେଇଗଲା l
ପୁଣି ଏକ ଅଭାବନୀୟ ଚିତ୍ର ଆସିଛି ସାମ୍ନା କୁ l

ଯାଜପୁର ରୁ ଏହିପରି ଅଭାବନିୟ ଘଟଣା ଦେଖିବାକୁ ମିଳୁଛି l କୁନି ଝିଅଟିଏ ଥିଲା ପିହୁ l ମାତ୍ର ୨ ବର୍ଷ ର କୁନି ଝିଅ ଟିଏ l ଦର୍ଶକ ବନ୍ଧୁ ମା ଠାରୁ ହସୁଥିବା ଖେଳୁଥିବା କୁନି ଝିଅଟି ମା ର ବାତ୍ସଲ୍ୟ ମମତା ରେ ବାନ୍ଧି ହୋଇଥିବା l ଏହି କୁନି ଝିଅ ପିହୁ କୁ କୋଉ ସୈତାନ ଚାରି ମାସ ହେଲାଣି ଅପହୃତ କରି ନେଇ ଯାଇଛି l ଯେତେ ଖୋଜାଖୋଜି କଲେ ମଧ୍ୟ କେହି ପାଉ ନାହାନ୍ତି l ଥାନା ବାବୁ ହାତ ଯୋଡି ଦେଇଛନ୍ତି l ଆଉ ଗଲା ଚାରି ମାସ ହେଲା ପିହୁ କୁ ଖୋଜି ଖୋଜି ମା ନୟାନ୍ତ ହେଲାଣି l ହେଲେ ମା ମନ ସମ୍ଭାଳୁନି ସବୁବେଳେ ପିହୁ କୁ ଝୁରି ଝୁରି ଆଖିରୁ ଲୁହ ଶୁଖୁନି।


ତାଙ୍କ ମା କହିଛନ୍ତି ଯେ ମୁଁ ଗୋଟିଏ ମା ଟିଏ l ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିୟା ଗଲାଣି କି ତାଙ୍କୁ ନ୍ୟାୟ ମିଳିଲାନି l କେହି ମଧ୍ୟ ଜାଣିବାକୁ ଚେଷ୍ଟା କଲେଣି ଛୋଟ ଛୁଆଟି କେଉଁ ପରିସ୍ଥିତି ରେ କେଉଁଠି ଥିବ l ତାଙ୍କ ମା କହିଛନ୍ତି ଏବଂ ପିହୁ ର ଭିଡ଼ିଓ ମଧ୍ୟ ଦେଖାଇଛନ୍ତି ଯେ ପିହୁ ଘରେ ଥିବା ବେଳେ ଘର କିପରି ଖୁସି ରେ ଫାଟିଯାଉଥିଲା l ମାତ୍ର ଆଜି ସେ ଖୁସି ତାଙ୍କ ପାଇଁ ଅଲୋଡ଼ା ହେଇଯାଇଛି l

ଅଗଷ୍ଟ ୯ ତାରିଖ ଦିନରେ ତାଙ୍କ ମା ଘର କାମ କରୁଥିବା ବେଳେ ତାଙ୍କ ଝିଅ ପିହୁ ବାହାରେ ଖେଳୁଥିଲା l କେତେବେଳେ ରାସ୍ତା କୁ ଚାଲିଯାଇଥିଲା l ଘରେ ଜାଣିପାରିଲେନି l ତା ପରେ ମା ଖୋଜି ଖୋଜି ପାଇଲେନି l ସମସ୍ତଙ୍କୁ ବୁଲି ବୁଲି ପଚାରିଲେ ମୋ ଝିଅ ପିହୁ ଆସିଛି କି କିନ୍ତୁ ସମସ୍ତଙ୍କ ମୁଁହରୁ ନାଇଁ ଶୁଣି ମା ପୁରା ଭାଙ୍ଗି ପଡ଼ିଥିଲେ l ଗାଁ ଲୋକ ପରେ ଆସି ସବୁଆଡେ ଖୋଜା ଖୋଜି କରିଥିଲେ ମାତ୍ର ନିରାଶ ହୋଇଥିଲେ କୌଣସି ପ୍ରକାର ସନ୍ଧାନ ପାଇନଥିଲେ l ପରେ ପିହୁ ର ଆଇ ଆସି କିଛି ଲୋକଙ୍କୁ ପଚାରିବା ପରେ ଚାରି ରୁ ପାଞ୍ଚ ଜଣ ଏକ କୁନି ଝିଅ କୁ କେହି ଏକ ଗ୍ଲାମର ବାଇକ ରେ ନେଇଯିବାର ଦେଖିଥିଲେ l ସେ ବ୍ୟକ୍ତି ଜଣଙ୍କ ହେଲମେଟ ପିନ୍ଧିଥିଲେ l ଗାଡି ଟା ଜୋରେ ଚଳେଇ ଯାଉଥିଲେ ବୋଲି କହିଲେ ଓ କୁନି ଝିଅଟି କାନ୍ଦୁଥିଲା ବୋଲି କହିଲେ l ତା ପରେ ସେହି ବ୍ୟକ୍ତି ଙ୍କୁ ପିହୁ କୁ ନେଇଯିବାର ସନ୍ଦେହ ଘେର ରେ ଗ୍ରାମବାସୀ ଥିଲେ l

ପରେ ଚଉଦ ତାରିଖ ରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲେ l ବାର ତାରିଖ ରେ ପିହୁ ପରିବାର ଲୋକେ ଏସପି ଙ୍କୁ ଦେଖା କରିଥିଲେ l ସେ ଫୋନ କରିବେ ବୋଲି କହିଥିଲେ ପିହୁ ର ସନ୍ଧାନ ମିଳିଲେ l ମାତ୍ର କିଛି ସନ୍ଧାନ ମିଳିନଥିଲା l ପିହୁ ଙ୍କର ବାପା ସରକାର ଙ୍କୁ ଗୁହାରି କରିଛନ୍ତି ତାଙ୍କ ଝିଅ ତାଙ୍କୁ ଫେରେଇଦେବାକୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.