ଘରଭଡା ବାହାନା ରେ ଚାଲିଛି ସେକ୍ସ ରକେଟ l ଦେଖନ୍ତୁ ପୁରା ଖବର l
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣ ନଗର ଠାରେ ସେକ୍ସ ରକେଟ କୁ ଗ୍ରାମବାସି ମାନେ ଠାବ କରିଛନ୍ତି l ଦେହ ବ୍ୟବସାୟ କରୁଥିବା ବେଳେ ଜଣେ ବେଙ୍ଗଲୀ ଯୁବତୀ ଯୁବକ ଙ୍କୁ ଧରି ଗ୍ରାମ ବାସି ମାନେ ଜଳେଶ୍ୱର ପୋଲିସ କୁ ଜିମା ଦେଇଛନ୍ତି l ଏହିଘଟଣା ଟୀ ସମଗ୍ର ଅଂଚଳ ରେ ଲଜ୍ୟା ର ବିଷୟ ପାଲଟିଛି l ପଶ୍ଚିମବଙ୍ଗ ଠାରୁ ଯୁବତୀ ମାନଙ୍କୁ ଆଣି ଘର ଭଡା ମାନଙ୍କରେ ସେକ୍ସ ରକେଟ ଚାଲିଥିବା ବେଳେ ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି l ପରେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳ ରେ ପହଂଚି ଯୁବକ ଯୁବତୀ ଙ୍କୁ ଉଦ୍ଧାର କରି ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛନ୍ତି l
ଘର ମାଳିକ ଏହିବିଷୟରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି l ତାଙ୍କ କହିବା ଅନୁଯାୟୀ ସେ କୌଣସି କଥା ସହ ସମ୍ପୃକ୍ତ ନୁହନ୍ତି l ସେ ଆଗରୁ କିଛି ଘଟିଥିବା ଘଟଣା ନେଇ ମତପ୍ରକାଶ ରେ ମନା କରିଥିଲେ l ଘର ମାଲିକ ଙ୍କ ଘର ବାଲେଶ୍ୱର ସାରଠା ରେ l ଘର ଭଡା ବାହାନା ରେ ସେକ୍ସ ରକେଟ ଏବେ ବାଲେଶ୍ୱର ଅଂଚଳ ରେ ଚହଳ ସୃଷ୍ଟି କରିଛି l ବଙ୍ଗୀୟ ଯୁବତୀ ଙ୍କ କହିବା ଅନୁସାରେ l ତାଙ୍କୁ ଯେଉଁ ଲୋକ ଏଠାକୁ ଆଣିଛନ୍ତି ସେ ତାଙ୍କ ନାଁ ଜାଣିନାହାନ୍ତି ବୋଲି କହୁଥିବା ବେଳେ ପୋଲିସ ର ସନ୍ଦେହ ଘେରରେ ବଙ୍ଗୀୟ ଯୁବତୀ ଅଛନ୍ତି l ବଙ୍ଗୀୟ ଯୁବତୀ ଙ୍କ ସହ ଆଉ ଦୁଇ ଯୁବତୀ ଧରା ପଡିଛନ୍ତି l
ସ୍ଥାନୀୟ ଅଂଚଳ ରେ ଏହିବିଷୟରେ ଖୁବ ଚର୍ଚ୍ଚା ହେବା ସହ ଘଟଣା ବିଷୟରେ ତୀବ୍ର ନିନ୍ଦା କରୁଛନ୍ତି l
ଗ୍ରାମବାସୀ ଙ୍କ ଦ୍ୱାରା ଏହି ସେକ୍ସ ରକେଟ ର ପର୍ଦାଫାଶ ହୋଇଛି ଓ ପୋଲିସ ଏହା ପଛରେ କିଏ ଆଉ କେଉଁ କେଉଁ ବ୍ୟକ୍ତି ଅଛନ୍ତି ତଦନ୍ତ ଜାରି ରଖିଛି l ଖୁବ ଶୀଘ୍ର ସତ ସାମ୍ନା କୁ ଆସିବ ବୋଲି ଗଣମାଧ୍ୟମ ତରଫରୁ ପ୍ରକାଶ ହୋଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ