ନୂଆ ବର୍ଷ ରେ ହେବାକୁ ଯାଉଛି ମୁଖ୍ୟ ମନ୍ତ୍ରୀ ଙ୍କର ମନ୍ତ୍ରୀ ମଣ୍ଡଳ ରେ ନବ କଳେବର | ପଞ୍ଚମ ଇନିଙ୍ଗସ ରେ ପ୍ରଥମ ଥର ହେବାକୁ ଯାଉଛି ଅଦଳ ବଦଳ | କିଏ ଆଉଟ ହେବେ ଆଉ କିଏ ଏଣ୍ଟ୍ରି ମାରିବେ ଏ ବିଷୟ ନେଇକି ଜୋର ଦାର ଚର୍ଚ୍ଚା | ଦଳ ଭିତରେ ବି ଚାଲିଛି ଲାଇନ | କୁହା ଯାଉଛି ବିବାଦ ରେ ଥିବା ମନ୍ତ୍ରୀ ଓ କାମ କରୁନଥିବା ମନ୍ତ୍ରୀ ଙ୍କ ଉପରେ ପଡିପାରେ ଖଣ୍ଡା | ଏହି ତାଲିକା ରେ ଅଛନ୍ତି ପଦ୍ମିନୀ ଦିଆନ୍ ପ୍ରେମାନନ୍ଦ ନାୟକ ତୃଷାରକାନ୍ତି ବେହେରା ରଘୁନନ୍ଦନ ଦାଶ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜଗନ୍ନାଥ ସାରକା ପରି ମାମଲା ବିବାଦ ରେ ଥିବା ଅରୁଣ ସାହୁ ବାଦ ପଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି |

ଏହା ବାଦ କିଛି ବଡ ମୁଣ୍ଡ ମଧ୍ୟ ଗଡିପାରେ | ପ୍ରଦୀପ ପାଣିଗ୍ରାହୀ ବିଜେଡି ରୁ ବହିଷ୍କାର ହେବା ପରେ ଗଞ୍ଜାମ ରୁ ଜଣେ ମନ୍ତ୍ରୀ କରାଯିବା ନେଇ ସୂଚନା | ଏହି ଚର୍ଚ୍ଚା ରେ ଆଗରେ ଅଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର | ତେବେ ମନ୍ତ୍ରି ମଣ୍ଡଳ ର ପୁଣ୍ୟ ନିବାସ ବେଳେ ନବୀନ କିଛି ସରପ୍ରାଇଜ କାର୍ଡ ବି ଦେଇ ପାରନ୍ତି | କୁହା ଯାଉଛି ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ରେ ଅଦାଳ ବଦଳ ହୋଇପାରେ | ନବୀନ ଙ୍କ ପଞ୍ଚମ ପାଳି ରେ ଗଠନ ହୋଇଥିବା ମନ୍ତ୍ରି ମଣ୍ଡଳ ପୂର୍ବ ପକ୍ଷା ଭିର୍ନ ଥିଲା | ବିଜେପି ରୁ ଆସି ପ୍ରଥମ ଥର ବିଜୟୀ ହେଇଥିଲେ | ତାଙ୍କୁ ପୁରସ୍କୃତ ମଧ୍ୟ କରା ଯାଇଥିଲା | ବାଦ ପଡ଼ିଥିଲେ ଅନେକ ହେଭିୱଟ | ଏବେ କିଛି ନୁଆ ଚେହେରା ଏଣ୍ଟ୍ରି ମରିବା ସମ୍ଭାବନା |
ଭାବମୂର୍ତ୍ତି ରେ ଆଞ୍ଚ ଆସୁଥିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଙ୍କର ଟାର୍ଗେଟ | ଯଥା -କୋଭିଡ଼ି ପରିଚାଳନା ରେ ବିଫଳତା, ହାଜତ ମୃତୁ, ପରି ହତ୍ୟା ଘଟଣା, ମାସ୍କ ପିପିଇ କୀଟ ଦୁର୍ନୀତି, ବିପର୍ଯୟ ଆଇନ ଶୃଙ୍ଖଳା, ବିଭିର୍ନ କ୍ଷେତ୍ରରେ ମନ୍ତ୍ରୀ ମାନଙ୍କର ନିଷ୍କ୍ରିୟତା, ଏବଂ ଅଫିସର ଙ୍କ ହାତରେ ଶାସନ ଡୋରି ର ଅଭିଯୋଗ | ଏହି ସମସ୍ତ କାର୍ଯ୍ୟ ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଭାବ ମୂର୍ତ୍ତି ଉପରେ ଆଞ୍ଚ ଆସୁଥିବା ବେଳେ ଏ ସବୁବେଳେ କୁ ଆଖି ଆଗରେ ରଖି ମନ୍ତ୍ରୀମଣ୍ଡଳ ସମ୍ପ୍ରସରଣ କରି ଆଗକୁ ଯିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ଥିବାର ଜଣା ପଡୁଛି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ