ବଡ଼ ଖୁଲାସା; ଅବୈଧ ସମ୍ପର୍କ ଦେଖି ଦେବାରୁ କରିଦେଲେ ନାବାଳିକା କୁ ନିର୍ମମ ହତ୍ୟା

ବଡ଼ ଖୁଲାସା; ଅବୈଧ ସମ୍ପର୍କ ଦେଖି ଦେବାରୁ କରିଦେଲେ ନାବାଳିକା କୁ ନିର୍ମମ ହତ୍ୟା ବାଲେଶ୍ୱର ରେ ଚଞ୍ଚଲ୍ୟ ଖେଳାଇଥିବା ଘଟଣାର ରହସ୍ୟ ଖୋଲିଯାଇଛି। ଅବୈଧ ସଂପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ଆଜି ସକାଳୁ ପୋଖରୀରୁ ଉଦ୍ଧାର ହୋଇଥିଲା ନିଖୋଜ ନାବାଳିକର ମୃତଦେହ ।

ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରିଥିଲା ପୁଲିସ । କାରଣ ନାବାଳିକାର ମୃତଦେବର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ବେକରେ ଗଭୀର କ୍ଷତ ରହିଛି । ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହାକୁ ନେଇ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟ


ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଛି । ନୟାଗଡର ପରୀ, ଯାଜପୁରର ପିହୁ ପରେ ବାଲେଶ୍ୱର ବାଲିଆପାଳର ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ହୋଇଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାଇ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଅର୍ଥାତ୍ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ।

ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ବିଷ୍ଣୁପ୍ରିୟାର କୋଣସି ସନ୍ଧାନ ପାଇନଥିଲେ, ଏନେଇ ଗତକାଲି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୁଲିସ ଖୋଜାଖୋଜି କରିବା ବେଳେ ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ମୃତ ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ସେହି ସୁନ୍ଦୁରକୋଇଲି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅଟକ ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅବୈଧ ସଂପର୍କକୁ ନାବାଳିକା ବିଷ୍ଣୁପ୍ରିୟା ଦେଖି ଦେଇଥିବାରୁ ତାକୁ ହତ୍ୟା କରାଯାଇଛି ।

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.