ମୋ ପାଇଁ ଯଦି ଏତେ ଚିନ୍ତା ତାହାଲେ ମୋ ସହ ଏ ସବୁ କରନ୍ତୁନି l
ମୋ ପାଇଁ ଯଦି ଏତେ ଚିନ୍ତା ଆପଣଙ୍କର ତେବେ ଏ ସବୁ ବନ୍ଦ କରନ୍ତୁ l ମାନୁଛି ମୋ ମୁଣ୍ଡ ଏବେ ଠିକ ନାହିଁ କିନ୍ତୁ ଏ ମୋବାଇଲି ମୋ ସାମ୍ନାରୁ ହଟାଅ l ଏମିତି କହି ଟ୍ରେନ ଲାଇନ ପାଖରେ ପଡ଼ିଥିବା ପଥର କି ଲୋକଙ୍କ ଆଡକୁ ଫିଙ୍ଗିବାକୁ ଚେଷ୍ଟା କରୁଛନ୍ତି ଯୁବତୀ ଜଣଙ୍କ l କଥାବାର୍ତା କିମ୍ବା ବେଶ ପୋଷାକ ରୁ ଲାଗୁନି ସେ ଜଣେ ମାନସିକ ରୋଗୀ କିନ୍ତୁ ତାଙ୍କ କାର୍ଯ୍ୟ କଳାପ କୁ ଦେଖିଲେ ବା ଶୁଣିଲେ ଆପଣ ବି ଠିକ ଏହିପରି କିଛି ଭାବି ପାରନ୍ତି l ଟ୍ରେନ ଲାଇନ ତଳେ ଚାଲି ଚାଲି ଯାଉଥିବା ଏହି ଯୁବତୀ ଜଣଙ୍କର ଉଦେଶ୍ୟ ଥିଲା କିଛି ଭିର୍ନ ଧରଣର l ହୁଏତ ଘରୁ ରାଗିକି ଆସିଥିଲେ କି କିଛି ମନରେ ମାନସ୍ଥା କରି ଆସିଥିଲ।
ତେବେ ତାଙ୍କର ହାବ ଭାବ ରୁ ଯାହା ଜାଣିବାକୁ ମିଳିଥିଲା ସେହି ସ୍ଥାନୀୟ ଲୋକ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ l ମାତ୍ର ପଛରେ ଥିବା ଯୁବକ ଜଣଙ୍କ ଫୋନ କ୍ୟାମେରା ଅନ କରିଥିବାର ଜାଣିଦେଲେ ଯୁବତୀ ଜଣଙ୍କ l ସେଥି ପାଇଁ ରାଗି ଯାଇଥିଲେ l ରାଗିଯାଇ ପଥର ତାଙ୍କ ଉପରକୁ ଉଠାଇବାକୁ ମଧ୍ୟ ପଛକୁ ହଟି ନଥିଲେ l ସ୍ଥାନୀୟ ଲୋକେ ଘଟଣା କଣ ନାଁ କଣ ଓ ଘର କେଉଁଠି ପଚାରି ବୁଝିବାକୁ ଚେଷ୍ଟା କରିଥିଲେ ମାତ୍ର ସେହି ପ୍ରୟାସ ରେ ବିଫଳତା ହାସଲ କରିଥିଲେ l ଏହି ସବୁ ପଚାରିବା ଦ୍ୱରା ଯୁବତୀ ଜଣଙ୍କ ଆହୁରି ରାଗିଯାଇଥିଲେ l କିନ୍ତୁ ଶେଷରେ ସେହି ଯୁବତୀ ଙ୍କୁ ସେହି ସ୍ଥାନ ରୁ କିଛି ଭୁଲ ନିଷ୍ପତି ନେବା ଆଗରୁ ଉଦ୍ଧାର କରିଥିଲେ l
ଯାହା ଖବର ମିଳିଛି ଅନୁଗୁଳ ଜିଲ୍ଲା ବଅନରପାଳ ଥାନା ଅନ୍ତର୍ଗତ ଗଡ ବୁଢାପଙ୍ଗ ଗ୍ରାମ ଅଂଚଳ ରେ ଆଜି ଏହି ଯୁବତୀ ଜଣଙ୍କ ଟ୍ରେନ ଲାଇନ ରେ ଆତ୍ମହତ୍ୟା ଉଦ୍ୟମ ରେ ଉତ୍ୟକ୍ତ ଥିବାର ଜଣା ପଡୁଥିଲା l ତାଙ୍କୁ ସେହି ସମୟ ରେ ସ୍ଥାନୀୟ ଲୋକ ଉଦ୍ଧାର କରି ବଅରପାଳ ଥାନା କୁ ହସ୍ତାନ୍ତର କରିଥିଲେ l ଏହା ପରେ ପୋଲିସ ତାଙ୍କ ପରିବାର ର ସୂଚନା ନେଇ ତାଙ୍କୁ ପରିବାର କୁ ହସ୍ତାନ୍ତର କରିଥିଲା ପୋଲିସ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।