ଓଡ଼ିଶାର ବିଦ୍ୟାଳୟ ମାନଙ୍କରେ ଖୁବ ଶୀଘ୍ର ପିଲା ମାନଙ୍କୁ ଜଳଖିଆ ମିଳିବାକୁ ଯାଉଛି।ଏବେ ଏବେ ଆସିଛି କିଛି ବଡ଼ ଖୁସି ଖବର ଯାହାକି ସ୍କୁଲ୍ ପିଲା ମାନଙ୍କ ପାଇଁ । ତେବେ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ସବୁବେଳେ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରି ଥାଏ ଯାହା ଫଳ ରେ ସବୁ ପିଲା ପାଠ ପଢିବା ପାଇଁ ଇଛୁକ ହେବେ ଓ ତାଙ୍କର ପାଠ ପଢା ରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । ଏବେ ମଧ୍ୟ ଠିକ୍ ସେହି ପରି କିଛି ପିଲା ମାନଙ୍କ ସୁବିଧା ପାଇଁ ସରକାର ଘୋଷଣା କରିଛନ୍ତି କିଛି ନୂଆ ଯୋଜନା ଯେଉଁ ଯୋଜନା ମାଧ୍ୟମ ରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ମଧ୍ୟ ଯୋଗାଇ ଦିଆଯିବ ।

ଆପଣ ମାନେ ଠିକ୍ ଶୁଣିଛନ୍ତି ଏବେ ଏବେ ଅପଡେଟ ଆସିଛି ଯେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୨ ରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ମଧ୍ୟ ଯୋଗାଇ ଦିଆଯିବ ଓ ପିଲା ମାନେ ସ୍କୁଲ୍ ରେ ଦୁଇ ଥର ଖାଦ୍ୟ ଖାଇବେ ।
ତେବେ ଜାତୀୟ ଶିକ୍ଷା ନୀତି ରେ ଏହାକୁ ନେଇ ପ୍ରସ୍ତାବ ଦିଆ ଯାଇ ଥିବା ବେଳେ କ୍ୟାବିନେଟ ରୁ ମଧ୍ୟ ଏହି ପ୍ରସ୍ତାବ କୁ ଅନୁମୋଦନ ମିଳିଛି ଯାହା ଦ୍ଵାରା ପିଲା ମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ତେବେ ଏହି ଯୋଜନା କୁ ସୂଚାର ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ରେ ସମସ୍ତ ବିଦ୍ୟାଳୟ ମାନଙ୍କ ରେ କିଚେନ୍ ଗାର୍ଡେନ ଯୋଜନା କୁ ତ୍ଵରାନିତ କରାଯିବ ବୋଲି ସୂଚନା ମିଳିଛି।
ତେବେ ଏହି ଯୋଜନା ମାଧ୍ୟମ ରେ ସ୍କୁଲ୍ ର ଗାର୍ଡେନ ରେ ହେଉଥିବା ଫଳ କୁ ପିଲା ମାନଙ୍କୁ ଜଳଖିଆ ଭାବରେ ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇ ଅଛି । ଏହି ପରିପେଖ୍ୟ ରେ ଅଧିକ ଆଲୋଚନା କରିବା ପାଇଁ ଆସନ୍ତା ୧୬ ତାରିଖ ରେ କିଚେନ ଗାର୍ଡେନ ପ୍ରକଳ୍ପ ମୁଖ୍ୟ ଗଙ୍ଗାଧର ସାହୁ ଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାଜ୍ୟ ରେ ପ୍ରାୟ ୫୫ ହଜାର ବିଦ୍ୟାଳୟ ରୁ ୪୩ ହଜାର ବିଦ୍ୟାଳୟ କୁ କିଚେନ ଗାର୍ଡେନ ପ୍ରକଳ୍ପ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ତେବେ ଅନ୍ୟ ୧୨ ଟି ବିଦ୍ୟାଳୟ ରେ ଜଳ ସେଚନ ସୁବିଧା , ପାଚେରୀ ସୁବିଧା ନଥିବା ଯୋଗୁ ଏହି ଯୋଜନା ରୁ ବାଦ୍ ଦିଆ ଯାଇଛି । ତେବେ ଏହି କିଚେନ ଗାର୍ଡେନ ର ଯୋଜନା ଅନୁସାରେ ସ୍କୁଲ୍ ର ଗାର୍ଡେନ ମାନଙ୍କ ରେ ବିଭିନ୍ନ ପ୍ରକାର ର ପନିପରିବା ଫଳ ମୂଳ ଆଦି ଲଗାଇବା ପାଇଁ ସ୍କୁଲ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହିତ ଏହି କାର୍ଯ୍ୟ ସୂଚନା ରୂପେ ହେଉଛି କି ନାହିଁ ଏହାର ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ମଧ୍ୟ ଦାୟିତ୍ଵ ଦିଆ ଯାଇଛି । ତେବେ ବର୍ତ୍ତମାନ ଏହି ପ୍ରସ୍ତାବ ଅନୁସାରେ ସ୍କୁଲ୍ ଖୋଲିବା ପରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ଯୋଗାଇ ଦିଆଯିବ ର ଯୋଜନା ରହିଛି ।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।