ରାସ୍ତାରୁ ହଟିବ ପୁରୁଣା ଗାଡ଼ି,ଦେଖିଲେ ଉଠେଇନେବ ପୋଲିସ, ଡିସିପି ସୌମ୍ୟା ମିଶ୍ର ନେଲେ କଡ଼ା ନିଷ୍ପତ୍ତି।

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ।ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ  ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର।

ଯଦି ନିଜ ଆଖପାଖ ଅଞ୍ଚଳରେ ଏମିତି ବେଆଇନ ପୁରୁଣା ଗାଡି ପାର୍କିଂ ଦେଖନ୍ତି, ତେବେ ରାଜଧାନୀବାସୀ ସୋସିଆଲ ମିଡିଆ କିମ୍ଭା ୧୦୦ ନମ୍ବରକୁ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ ବୋଲି ଟ୍ରାଫିକ ଡିସିପି କହିଛନ୍ତି। ଭୁବନେଶ୍ୱରର ରାସ୍ତା କଡରେ ପୁରୁଣା ଓ ଅବ୍ୟବହୃତ ଗାଡି ବର୍ଷ ବର୍ଷ ଧରି ପଡି ରହୁଛି। ଗାଡି ମାଲିକ ମାନେ ସେହି ଗାଡିକୁ ନେଉଛନ୍ତି ନା ନଷ୍ଟ କରୁଛନ୍ତି। ବିଶେଷ କରି ବରମୁଣ୍ଡା ବସ୍ ଷ୍ଟାଣ୍ଡ, ରସୁଲଗଡ ଶିଳ୍ପାଞ୍ଚଳରେ ଏମିତି  ବହୁତ ଗାଡି ପଡି ରହିଛି। ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.