ଆହୁରି ୫୦ବର୍ଷ ରହିବ ବିଜେଡ଼ି ସରକାର,ବବି ଦାସ କହିଲେ ଏମିତି କଥା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ 2019 ନିର୍ବାଚନ ପରେ ପ୍ରଥମ ଥର ପାଇଁ ଶାସକ ଦଳ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି କାର୍ଯ୍ୟକାରିଣୀରେ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏହାସହ 8ଟି ଅଧିନିୟମ ଓ 2ଟି ଧାରାରେ ସଂଶୋଧନ କରାଯାଇଛି। ଆୟୋଜିତ ବିଜେଡି କାର୍ଯ୍ୟକାରିଣୀରେ 80 ଜଣ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମାଧ୍ୟମରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବାକୁ ଆଲୋଚନା ହୋଇଛି। ଏହାସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ବସମ୍ପନ୍ନ ଭାବେ କାମ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଚାଷୀମାନଙ୍କ ପାଇଁ ନୂଆ କୃଷି ନୀତି ସହିତ ବିକାଶ ଜାରି ରହିଛି। ଚାଷୀଙ୍କୁ ସର୍ବନିମ୍ନ ଏମ ଏସ ପିକୁ ନେଇ ଆଶଙ୍କାରେ ରହିଛି ବିଜେଡି ।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଓ ମହିଳା 8ଟି ଅଧିନିୟମ ଓ ଦୁଇଟି ଧାରାରେ ପରିବର୍ତ୍ତନ କରିଛି ବିଜେଡି। ଲୋକସଭାରେ ମହିଳାମାନଙ୍କର 33 ପ୍ରତିଶତ ସଂରକ୍ଷଣ ଦାବି କରିବ ବିଜେଡି। ବାଧକ ସତ୍ତ୍ବେ କେନ୍ଦ୍ରୀୟ ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ। ବର୍ତ୍ତମାନ ଦଳ ସଦସ୍ୟ ସଂଖ୍ୟା | କୋଟି 9 ଲକ୍ଷ 80 ହଜାରରେ ପହଞ୍ଚିଛି। ପ୍ରବାସୀମାନେ ଅନଲାଇନରେ ବିଜେଡି ସଦସ୍ୟ ହୋଇପାରିବେ। ଦଳ ଆହୁରି ୫୦ ବର୍ଷ ଶାସନ କରିବ, ବିଜେଡି ଏଥିପାଇଁ ସମ୍ଭାବନା ସୃଷ୍ଟି କରିଛି ।

ସ୍ବାର୍ଥ ଓ ସ୍ବାଭିମାନ ପାଇଁ କିଛି ରାଜନୈତିକ ଦଳ ଆଞ୍ଚଳିକ ଦଳ ପ୍ରାସଙ୍ଗିକତାକୁ ହଜାଇ ଦେବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାରେ ପ୍ରସଙ୍ଗକୁ ନେଇ ବିଜେଡିର ଲଢ଼େଇ ଜାରି ରହିବ। ରାଜ୍ୟ ସ୍ୱାର୍ଥ ବିରୋଧରେ ଯିଏ କାର୍ଯ୍ୟ କରିବ ତାଙ୍କ ବିରୋଧରେ ମଧ୍ୟ ଲଢ଼େଇ ହେବ। କାର୍ଯ୍ୟକାରିଣୀ ବୈଠକ ପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି।

ଭର୍ଚୁଆଲ ମାଧ୍ୟମରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ବୈଠକ ଆରମ୍ଭରୁ ଦିବଙ୍ଗତ କାର୍ଯ୍ୟକାରିଣୀ ସଦସ୍ୟ ଓ ନେତା ପ୍ରଦୀପ ମହାରଥୀଙ୍କ ପାଇଁ 1 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ କରନ୍ତୁ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published.