ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନୟାଗଡ଼ ପରୀ ହ ତ୍ୟା ମାମଲାରେ ଖୋଳତାଡ ପାଇଁ ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି ଯେ, ଆମେ ଯାହାକୁ ଗିରଫ କରିଛୁ ସେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ପରୀ ମାମଲାରେ ବଡ଼ ଖୁଲାସା କଲା SIT ପୋଲିସ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ। ତଳେ ସମ୍ପୂର୍ଣ୍ଣ ପଢ଼ନ୍ତୁ..

ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି। ଏସଆଇଟି ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବୋଥ୍ରା କହିଛନ୍ତି । ଏହାସହ ଏହି ଘଟଣାରେ ତାକୁ କିଏ ସାହାଯ୍ୟ କରିଛି କି ନାହିଁ ତାହା ତଦନ୍ତ ହେବ।ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ହସ୍ପିଟାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାକୁ ଯଦୁପୁର ନିଆଯାଇଛି। ପୂର୍ବରୁ ସକାଳେ SITର ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଥିଲା।
ପରୀର ମୃତଦେହ ଯେଉଁଠି ପଡ଼ିଥିଲା, ତା ପାଖରେ ଥିବା ପୋଖରୀକୁ ଶୁଖାଯିବାକୁ ନେଇ ଯୋଜନା କରାଯାଇଛି। କାଳେ ପରୀର ଅଂଶ ବିଶେଷ ପୋଖରୀରେ ପଡ଼ିଥିବ, ସେଥିଲାଗି ପୋଲିସ ପକ୍ଷରୁ ପୋଖରୀ ଶୁଖାଇବା ଯୋଜନା ଚାଲିଛି।
ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି। ଗତକାଲି ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା SIT କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନଥିଲା। ଅଭିଯୁକ୍ତକୁ ନେଇ ପରୀର ଗାଁ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ମଧ୍ୟ ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇପାରେ। ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ