ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେଆପଣ ମାନେ ତ ସମସ୍ତେ ଅର୍ଚିତା ସାହୁଙ୍କ ଅଭିନୟ ଦେଖି ଥିବେ କିନ୍ତୁ କଣ ଆପଣ ତାଙ୍କ ବିଷୟ କିଛି ଜାଣନ୍ତି । ଅର୍ଥାତ ତାଙ୍କ ଘର ପରିବାର ଓ ତାଙ୍କର ସମ୍ପତ୍ତି କେତେ ରହିଛି ଏମିତି ଆହୁଋ କିଛି କଥା ବୋଧେ ହୁଏ ଆପଣ ଏହା ଜାଣି ନଥିବେ । ତେବେ ଚାଳନ୍ତୁ ଆଜି ଅର୍ଚିତାଙ୍କ ବିଷୟରେ ପୁରା କଥା ଜାଣିବା ।ଅର୍ଚିତା ଓଡିଆ ସିନେମାକୁ ଏଣ୍ଟ୍ରି କରିବା ପୂର୍ବରୁ ସେ ଓଡିଶୀ ଡ୍ୟାନ୍ସରେ ନିପୁଣ ଥିଲେ । ଅର୍ଚିତା ଯେଉଁ ସମୟରେ ଓଡିଶୀ ନୃତ୍ୟ କରୁଥିଲେ ସେହି ସମୟରେ ସେ ଏକ ନମ୍ବର ଓଡିଶୀ ଡ୍ୟାନ୍ସର ଥିଲେ ।
ଅର୍ଚିତା ସାହୁ ୨୦୦୫ ମସିହାରେ ଓ ମାଇଁ ଲଭ ସିନେମା ଜରିଆରେ ଓଡିଆ ସିନେମା ଜଗତରେ ପାଦ ରଖିଥିଲେ । ଏହା ପରେ ୨୦୦୬ ମସିହାରେ ସେ ବାବୁ ଆଇ ଲଭ ୟୁ, ଦେ ମା ଶକ୍ତି ଦେ ସିନେମା ନାୟିକା ଭାବେ ଅଭିନୟ କରିଥିଲେ ।

ଏହା ପରେ ଅର୍ଚିତା ଆଉ କେବେ ପଛକୁ ଚାହିଁ ନାହାନ୍ତି, ତାଙ୍କର ଗୋଟିଏ ପରେ ଗୋଟିଏ ସିନେମା ହିଟ ହୋଇ ଚାଲିଲା ଆଉ ତାଙ୍କ ପାଖକୁ ଅଧିକରୁ ଅଧିକ ଓଡିଆ ସିନେମା କରିବାର ଅଫର ଆସିବାରେ ଲାଗିଲା । ଏହା ସହିତ ଅର୍ଚିତା ସାହୁ ଆମ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ସେ ୨୦୧୩ ମସିହା ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଆଉ ସେଠାରେ ସେ ପ୍ରଥମ ଓଡିଆ ଭାବେ ରନର୍ସ ଅଫ ହେବାର ଟାଇଟେଲ ହାତେଇ ଥିଲେ ।
ଏହା ସହିତ ସେ ମିସ ଟ୍ୟାଲେଣ୍ଟ ଓ ମିସ ଷ୍ଟାଇଲିସ ହେୟାର ପଦ ହାସଲ କରିଥିଲେ । ଏବେ ଅର୍ଚିତା ସାହୁଙ୍କୁ ୨୭ ବର୍ଷ ବୟସ ହୋଇଛି । ଅର୍ଚିତା ସାହୁ ତାଙ୍କର ପ୍ରଥମ ସିନେମାରେ ରୁ ଭଲ ଅଭିନୟ ପ୍ରଦର୍ଶନ ଜାରି ରଖିଥିଲେ ସେଥିପାଇଁ ତାଙ୍କୁ ଓ ମାଇଁ ଲଭ ସିନେମା ପାଇଁ ବେଷ୍ଟ ନବାଗତ ଭାବେ ପୁରସ୍କୃତ କରାଯାଇଥିଲା । ସେ ପାଗଳ କରିଛି ପାଉଁଜି ତୋର ସିନେମା ପାଇଁ ପ୍ରଥମ ଥର ବେଷ୍ଟ ନାୟିକା ଭାବେ ସେ ଓଡିଶା ବେଷ୍ଟ ଫିଲ୍ମ ଆୱାର୍ଡ ପାଇଥିଲେ ।

ଆମେ ଯଦି ଅର୍ଚିତାଙ୍କର ସମ୍ପତ୍ତି ବିଷୟରେ ଆଲୋଚନା କରିବା ଅର୍ଚିତାଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ଏକ ବିଏମ ଡବ୍ଲ୍ୟୁ କାର ରହିଛି । ଅର୍ଚିତାଙ୍କର ଭୁବନେଶ୍ଵରେ ଏକ ସୁନ୍ଦର ଆଳିସାନ ବଙ୍ଗଳା ରହିଛି । ଅର୍ଚିତା ଗୋଟିଏ ଓଡିଆ ସିନେମାରେ ଅଭିନୟ କରିବା ପାଇଁ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ଦାବି କରିଥାନ୍ତି । ଅର୍ଚିତା ଆଜିର ଦିନରେ ଅନେକ ବ୍ରାଣ୍ଡର ପ୍ରମୋଶନ କରୁଛନ୍ତି । ସେ ଗୋଟିଏ ବ୍ରାଣ୍ଡକୁ ପ୍ରମୋଶନ କରିବା ପାଇଁ ୩ ରୁ ୫ ଲକ୍ଷ ଟଙ୍କା ନେଇ ଥାନ୍ତି ।
ବର୍ତ୍ତମାନ ଦିନରେ ଅର୍ଚିତା ସାହୁ ଓଡିଶାର ସବୁଠାରୁ ଦାମୀ ହିରୋଇନ ଅଟନ୍ତି, କାରଣ ସେ ଯେତିକି ଟଙ୍କା ନିଅନ୍ତି ଅନ୍ୟ କେହି ସେତିକି ଟଙ୍କା ଦାବି କରନ୍ତି ନାହିଁ । ଅର୍ଚିତା ସାହୁ ୨୦୦୫ ରୁ ଆଜି ପର୍ଯ୍ୟନ୍ତ ପାଖା ପାଖି ୩୦ରୁ ଅଧିକ ସିନେମାରେ ଅଭିନୟ କରିସାରିଲେଣି । ଓଡିଶାରେ ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛନ୍ତି । ଅର୍ଚିତା ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି, କିନ୍ତୁ ଓଡିଶା ବାସୀ ଅପେକ୍ଷାରେ ଅଛନ୍ତି ସେ କେବେ ବିବାହ କରୁଛନ୍ତି ।
ଆମେ ଆଶା କରୁଛୁ ଏହି ଖବର ଆପଣଙ୍କୁ ଖୁବ ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ। ଏହି ପୋଷ୍ଟ କୁ ସେୟାର୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଧନ୍ୟବାଦ।