ଅଭିନେତା Raimohan Paridaଙ୍କ ମୃ-ତ୍ୟୁକୁ ନେଇ ଆସିଲା ଆଉ ଏକ ଖବର, ଏଭଳି ପ୍ରତିକ୍ରିୟା ଦେଲେ Rani Priyadarshini

ଚର୍ଚ୍ଚିତ କଳାକାର ରାଇମୋହନ ପରିଡାଙ୍କର ମୃତ୍ୟୁକୁ ନେଇ ଲାଗିରହିଛି ସସପେନ୍ସ । ଆଜି ତାଙ୍କ ମୃ-ତ୍ୟୁକୁ ତିନି ଦିନ ବିତିଥିଲେ ସୁଦ୍ଧା ଏଯାଏଁ ଘଟଣାର କୌଣସି ସ୍ପଷ୍ଟ ସୂଚନା ବାହାରି ପାରିନାହିଁ । କେମିତି ହେଲା ରାଇମୋହନ ପରିଡାଙ୍କ ମୃ-ତ୍ୟୁ ? ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ଆଉ ଏହାରି ମଧ୍ୟରେ ଆଲବମ୍ ତଥା ମଞ୍ଚ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ରାଇମୋହନ ଏଭଳି ନିଷ୍ପତ୍ତି କେବେ ହେଲେ ନେଇ ନାହାଁନ୍ତି । ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି । ଏଭଳି କଥା ଯାତ୍ରା ମଞ୍ଚ ଉପରେ ଏବଂ ଦର୍ଶକଙ୍କ ସମ୍ମୁଖରେ ଆଣିଛନ୍ତି ରାନୀ । ସେ ରାଇମୋହନଙ୍କୁ ମନେ ପକାଇ କାନ୍ଦି ପକାଇଛନ୍ତି । ଆଉ ରାଇମୋହନଙ୍କ ଆତ୍ମାର ସଦଗତି ପାଇଁ ସେ ଏକ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି । ଏବଂ ସମସ୍ତ ଦର୍ଶକମାନେ ମଧ୍ୟ ଠିଆ ହୋଇ ନୀରବ ପ୍ରାର୍ଥନା କରିଥିଲେ ।

ପୁରୀ ଜିଲ୍ଲା ବଳଙ୍ଗା ନିକଟ କଳିଙ୍ଗ କନ୍ୟା ଯାତ୍ରା ମଞ୍ଚରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିବା ବେଳେ ଏହି ଘଟଣାକୁ ଚାପି ନଦେଇ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ସେ କହିଛନ୍ତି, ରାଇ ଭାଇଙ୍କୁ କିଏ ମାରି ଟଙ୍ଗେଇ ଦେଇଛି କାରଣ ତାଙ୍କ ପାଦ ତଳେ ଲାଗିଛି । ଆଉ ଯଦି ଏମିତି କାମ କିଏ କରିଛି ତାକୁ ଦଣ୍ଡ ମିଳିବା ଉଚିତ୍ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published.