ଚାଷୀଙ୍କ ପାଇଁ ଖୁସି ଖବର, ଚାଷୀଙ୍କ ଖାତାକୁ ଆସିବ ୭ ହଜାର ଟଙ୍କା, କେମିତି କରିବେ Registration ଜାଣନ୍ତୁ

ଚାଷୀଙ୍କ ପାଇଁ ଖୁସିଖବର । ସରକାର ଚାଷୀଙ୍କ ଫାଇଦା ପାଇଁ ଏବଂ ଆମଦାନୀ ବଢାଇବା ପାଇଁ ଲଗାତର ଚେଷ୍ଟା କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ପାଇଁ ଅନେକ ପ୍ରକାର ଯୋଜନା ଚଳାଉଛନ୍ତି । ଏବେ ରାଜ୍ୟ ସରକାର ଚାଷୀଙ୍କୁ ୭ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେଉଛନ୍ତି । ଆସନ୍ତୁ ଜାଣିବା…

ହରିୟାଣା ସରକାର ନିଜ ରାଜ୍ୟର ଚାଷୀଙ୍କୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି । ଚାଷୀଙ୍କୁ ଚାଷ ପାଇଁ ଆବଶ୍ୟକଠାରୁ ଅଧିକ ପାଣି ଆବଶ୍ୟକ ପଡିଥାଏ ଏବଂ ଦେଶରେ ଲଗାତର ପାଣିର ସ୍ତର ଖସିବାରେ ଲାଗିଛି । ଏଥିପାଇଁ ହରିୟାଣା ସରକାର ଏହି ଖାସ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ନାଁ ‘ମେରା ପାନି ମେରୀ ଭିରାସତ୍’ ଯୋଜନା । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି ତେବେ ତୁରନ୍ତ ରେଜିଷ୍ଟ୍ରେସନ କରାଇନିଅନ୍ତୁ ।

ଯୋଜନାର ଅନେକ ଲାଭ

ଏହି ଯୋଜନା ଅନୁସାରେ ଚାଷୀଙ୍କୁ ମକା, ବାଜରା, ତିଳ ଆଦି ଫସଲ ଚାଷ ପାଇଁ ୭ ହଜାର ପ୍ରତି ଏକର ଆର୍ଥିକ ସହାୟତା ଦିଆଯିବ । ଜଳ ସ୍ତରକୁ ବଞ୍ଚାଇବା ପାଇଁ ସୁକ୍ଷ୍ମ ସିଞ୍ଚନ ଉପରେ ୮୦ ପ୍ରତିଶତ ଅନୁଦାନ ମଧ୍ୟ ମିଳିବ ।

ହିତାଧିକାରୀଙ୍କ ପାଇଁ ନିୟମ ଏବଂ ସର୍ତ୍ତ

୧. ହିତାଧିକାରୀଙ୍କୁ ହରିୟାଣାର ସ୍ଥାୟୀ ଅଧିବାସୀ ହୋଇଥିବା ବାଧ୍ୟତାମୂଳକ
୨. ୫୦ ହାର୍ଟଜ ପାୱରର ଇଲେକ୍ଟ୍ରିକ୍ ମୋଟରର ପ୍ରୟୋଗ କରୁଥିବା ଚାଷୀଙ୍କୁ ଏହି ଯୋଜନାର ଲାଭ ମିଳିବନି
୩. ଚାଷୀଙ୍କୁ ନିଜ ଗତ ବର୍ଷର ଧାନ ଉତ୍ପାଦନର ୫୦ ପ୍ରତିଶତ ଭାଗରେ ବିବିଧତା ଆଣିବାକୁ ହେବ
୪. ଚାଷୀଙ୍କ ପାଖରେ ଆଧାର ଲିଙ୍କ୍ଡ ବ୍ୟାଙ୍କ ଖାତା ହେବା ବାଧ୍ୟତାମୂଳକ

ଲଗଇନର ପ୍ରକ୍ରିୟା
ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣଙ୍କୁ ଏହି ଅଫିସିଆଲ୍ ୱେବସାଇଟ୍

https://fasal.haryana.gov.in/farmer/farmerlogin କୁ ଯିବାକୁ ହେବ । ଏହା ପରେ ନିଜ ୟୁଜରନେମ୍ ପାସୱର୍ଡ ଦିଅନ୍ତୁ । ଏବେ ଦିଆଯାଇଥିବା କ୍ୟାପ୍ଚା ଦେଇ ଲଗଇନ୍ କରନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published.