ରଞ୍ଜୁ ସବୁ ଫିଲ୍ମ୍ ବାଲା ଖରାପ ନୁହଁନ୍ତି । ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ, ତମେ କୁଆଡେ ମୋତେ ଆଉ ଚିହ୍ନି ପାରିବନି । ସତରେ ରଂଜୁ ସେମିତି କରିବନି, ସେମିତି କଲେ ମୁଁ ମରିଯିବି । ଖଳନାୟକଙ୍କ ପ୍ରେମ କାହାଣୀ ଥିଲା ନିଆରା । ପରଦାରେ ସିନା କ୍ରୁର ଆଉ ଖଳନାୟକ ଆଉ ବାସ୍ତବ ଜୀବନରେ ଖୁବ୍ ରୋମାଣ୍ଟିକ । ରଞ୍ଜିତାଙ୍କ ସହ ୯ ବର୍ଷର ପ୍ରେମ କାହାଣୀ । ପ୍ରେମିକା ସାଜିଥିଲେ ତାଙ୍କ ଧର୍ମପତ୍ନୀ ରଞ୍ଜିତା । ସେତେବେଳେ ଫୋନ କି ହ୍ୱାଟସଅପ୍ ନଥିଲା ।
ଚିଠି ଚିଠିରେ କଥା ଦେବା ନେବା ହେଉଥିଲା । ମନର ଭାବନାକୁ ଆଦାନ ପ୍ରଦାନ କରାଯାଉଥିଲା । ଆଉ ସେହି ପ୍ରେମ କାହାଣୀରେ ରାଇ ରଞ୍ଜିତା ଉଡ଼ି ବୁଲୁଥିଲେ । ଦିବଙ୍ଗତା ଅଭିନେତା ରାଇମୋହନ ପରିଡାଙ୍କ ଜୀବନକୁ ସହଜ ଓ ସରଳ କରିଥିଲେ ତାଙ୍କ ସ୍ତ୍ରୀ ରଞ୍ଜିତା । ଏକାଠି ସାଥୀ ହୋଇ ଚାଲିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଅଧାରେ ପତ୍ନୀଙ୍କ ହାତ ଛାଡ଼ି ଚାଲି ଯାଇଛନ୍ତି ରାଇ । ଆଉ ଏବେ ବାହୁନି କାନ୍ଦୁଛି ପରିବାର । ଆଉ ରଞ୍ଜିତା ହରାଇଛନ୍ତି ନିଜର ସବୁକିଛି । ୧୯୯୨ ମସିହାରେ ରାଇ ପ୍ରେମ ବିବାହ କରିଥିଲେ ରଞ୍ଜିତାଙ୍କୁ ।
ଆଉ ସେତେବେଳେ ଉଠା ଯାଇଥିବା ଏହି ଫଟୋ ଦୁଇଟି ବହୁତ କଥା କହୁଛି । ଆଉ ୧୯୯୧ ମସିହାରେ ରାଇମୋହନ ପୁରା ଭିଲିଆନ ଷ୍ଟାଇଲରେ ପ୍ରପୋଜ କରିଥିଲେ ରଞ୍ଜିତାଙ୍କୁ ଆଉ ଏବେ ଏହାକୁ ବାହୁନି ବାହୁନି କାନ୍ଦୁଛନ୍ତି ରଞ୍ଜିତା । ୧୯୯୧ ମସିହାରେ ରାଇମୋହନ ଯେଉଁ ଚିଠି ଲେଖିଥିଲେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ତିନୋଟି ଚିଠିରେ ଅନେକ କିଛି ସ୍ମୃତି । ଆଉ ଏହି ଚିଠିରେ ରଞ୍ଜୁ ସବୁ ଫିଲ୍ମ୍ ବାଲା ଖରାପ ନୁହଁନ୍ତି ।
ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ, ତମେ କୁଆଡେ ମୋତେ ଆଉ ଚିହ୍ନି ପାରିବନି । ସତରେ ରଂଜୁ ସେମିତି କରିବନି, ସେମିତି କଲେ ମୁଁ ମରିଯିବି । ଏମିତି ଅନେକ କିଛି ସେହି ଚିଠିରେ ଲେଖିଛନ୍ତି ଅଭିନେତା ରାଇମୋହନ । ଏହି ସ୍ମୃତି ତାଙ୍କ ପ୍ରେମକୁ ଜୀବିତ କରିଦେଇଛି । କିନ୍ତୁ ସୁସ୍ଥ ଆଉ ଶକ୍ତ ମାନସିକତାର ମଣିଷଟିଏ ପରିବାର ସମସ୍ୟାରେ ଭାଙ୍ଗି ପଡ଼ି ଜୀବନ ହାରି ଦେଇଥିବା କଥାକୁ କେହିବି ସହଜରେ ଗ୍ରହଣ କରି ପାରୁନାହାଁନ୍ତି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।