ଫେସବୁକରେ ଆକାଉଣ୍ଟ ଥିଲେ ହୋଇଯାଆନ୍ତୁ ସାବଧାନ । ଆପଣ ବି ହୋଇପାରନ୍ତି ଠକାମୀ ର ସ୍ଵୀକାର । ଆସିବ ସୁନ୍ଦରୀ ଝିଅର ମିଉଟ ଭିଡିଓ କଲ୍ । ଆଉ ଭିଡିଓ କଲ୍ ଉଠାଇଲେ ଆପଣ ଫସିଯିବେ । ଟଙ୍କା ମଗିବେ ଯୁବତୀ ଆଉ ନଦେଲେ କରିବେ ବ୍ଲାକମିଲ । ଏବେ ଆପଣ ଯାହା ଦେଖିବାକୁ ଯାଉଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଆପଣଙ୍କ ସହ ବି ଠିକ୍ ଏପରି ହୋଇପାରେ । ଏବେ ଏବେ ଫେସବୁକ୍ ରେ ମାତିଛନ୍ତି ଫ୍ରଡକାର୍ ଯେଉଁମାନେ ନିଜର ଉଲଗ୍ନ ଶରୀର ଦେଖାଇ ଏଭଳି କିଛି ଫସାଉଛନ୍ତି ଯୁବକ ମାନଙ୍କୁ ।
ତେବେ ଆମ ରାୟଗଡା ରେପୋର୍ଟର ଙ୍କ ସହିତ ଏଭଳି କିଛି ଘଟଣା ଘଟିଛି । ଆଉ ଯାହାକି ଅତି ଚତୁରତାର ସହ ଆମ ରେପୋର୍ଟର୍ ଏହାକୁ ନିଜ ମୋବାଇଲ ରେ ରେକର୍ଡ କରିଥିଲେ । ଏହି ଚାଟ୍ କୁ ଟିକେ ପଢନ୍ତୁ କିଭଳି ଭାବେ ପ୍ରଥମେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆସେ । ଆଉ ତାକୁ ଏସେପ୍ଟ କରିବା ପରେ । ଆପଣଙ୍କୁ ଗୋଟେ ମେସେଜ କରନ୍ତି । ହାଲୋ କିମ୍ବା ହାୟ ରେ ମେସେଜ କରାଯାଏ । ଆଉ ଏଭଳି ଭାବେ କିଛି ସମୟ ଚାଟ୍ ଭିତରେ ଯୁବତୀ କିଛି ଏଭଳି କାମ କରନ୍ତି ।
ଯାହା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି କି ଆପଣଙ୍କ ୱାଟଶପ୍ ନମ୍ବର ବି ନିଅନ୍ତି । ଆଉ ନିଜର ନମ୍ବର ବି ଦିଅନ୍ତି । ତାପରେ ସେ ଆପଣଙ୍କ ୱାଟଶାପ୍ ରେ ବନ୍ଧୁତା ବଢ଼ାଇବା ସହ ବାହାନାରେ ମେସେଜ କରନ୍ତି । ଏଭଳି କିଛି ସମୟ ପରେ ସେ ଆପଣଙ୍କୁ ଭିଡିଓ କଲ୍ କରିବା ପାଇଁ ଅନୁମତି ମାଗନ୍ତି ।
ଏହା ପରେ ଆପଣ ଯଦି ତାଙ୍କୁ ଅନୁମତି ଦେବେ ସେ ଆପଣଙ୍କୁ ଭିଡିଓ କଲ୍ କରିବେ ।
ଆପଣ କିଛି ବୁଝିବା ପୂର୍ବରୁ ସେ ଉଲଗ୍ନ ହୋଇଯିବେ । ଆଉ ଆପଣ ଆଶ୍ଚର୍ଯ୍ୟ ହୋଇ ଦେଖିବା ସମୟରେ ସେ ଆପଣଙ୍କ ଭିଡିଓ କଲ୍ କୁ ରେକର୍ଡ କରିବା ସହ ସେଥିରେ ଆଉ କିଛି ଅଶ୍ଳୀଳ ଭିଡିଓ ମିଶାଇ ନୂଆ ଭିଡିଓ ପ୍ରସ୍ତୁତ କରିବେ । ଆଉ ତାକୁ ଦେଖାଇ ପୁଣି ଆପଣଙ୍କୁ ଡରାଇବେ । ଆଉ ଆପଣଙ୍କୁ ସେଇ ଭିଡିଓ ପଠାଇବେ ।
ତେବେ ଏହି ଚାଟ୍ କୁ ଦେଖନ୍ତୁ କିଭଳି ଭାବେ ଚାଟିଂ କରିଛନ୍ତି ଯୁବତୀ । ଆଉ ସଙ୍ଗେ ସଙ୍ଗେ ଭିଡିଓ ରେକର୍ଡ କରି ମଧ୍ୟ ସେ ଭିଡିଓ ଟିକୁ ପଠାଇଛନ୍ତି । ଏହି ଭିଡିଓ ପଠାଇ ସିଧା ସଳଖ ଧମକ ଦେଇଛନ୍ତି । ଯେ ମତେ ଟଙ୍କା ଦିଆ । ଏତିକି ଟଙ୍କା ଦେଲେ ମୁଁ ଏ ଭିଡିଓ କୁ ଡିଲେଟ୍ ମାରିବି । ନହେଲେ ତୁମ ସାଙ୍ଗ ସାଥୀ ସମସ୍ତଙ୍କୁ ଏ ଭିଡିଓ ପଠାଇଦେବି । ଏଭଳି ଭାବେ ଧମକ ଦେଇ ଲୁଟି ନିଅନ୍ତି ଟଙ୍କା । ଯାହାକି ଆମ ରେପୋର୍ଟରଙ୍କ ସହ ଘଟିଛି ।
କିନ୍ତୁ ଆମ ପ୍ରତିନିଧି ଅତି ଚତୁରତାର ସହ ଏହାର ସବୁ ରେକର୍ଡ କରିଥିଲେ । ତେବେ ଆପଣ ଏଇଠି ଟିକେ ଭାବନ୍ତୁ ଯଦି ସାଧାରଣ ଯୁବକ ସହ ଏଭଳି କିଛି ହୁଏ ତାହାଲେ ଯୁବକ ଜଣକ ଅତି ଲଜ୍ୟରେ ଜୀବନ ବି ହରିବାକୁ ପଛାଇବେ ନାହିଁ । ଆଉ ଲାଜ୍ୟା କାରଣରୁ ଥାନାକୁ ଯିବାପାଇଁ ପଛାଇଥାନ୍ତି । ତେବେ ଏଭଳି ଫେସବୁକ୍ ଫ୍ରଡ଼ଗାର୍ଲ୍ ର ସ୍ବୀକାର ହୋଇସାରିଲାଣି ଦେଶର ବୋହୁତ ଯୁବକ ଏବଂ ବୃଦ୍ଧ ଆଉ ବାଳକ ମାନେ । ହେଲେ କେହି ମଧ୍ୟ କିଛି କରିପାରୁ ନାହାଁନ୍ତି ।
ତେବେ ଏଭଳି ଠକାମୀ ର ସ୍ଵୀକାର ହେବାରୁ ଯଦି ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । ତାହାଲେ ଆପଣ କାହାର ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ଏସିପ୍ଟ କରୁଛନ୍ତି । ଆଉ ତା ସହ କ’ଣ ଚାଟିଂ କରୁଛନ୍ତି । ତାହାରି ଉପରେ ଟିକେ ନଜର ରଖନ୍ତୁ । ଯଦି କାହାକୁ ଭଲରେ ଜାଣି ନାହାନ୍ତି । ତାହାଲେ ଭିଡିଓ କଲ୍ ରେ ଆସନ୍ତୁ ନାହିଁ । ତେବେ ଏଭଳି ଘଟଣା ହୁଏତ କାହା ସହ ବି ଘଟିପାରେ । ଯାହାକି ଆମ ରାୟଗଡା ପ୍ରତିନିଧିଙ୍କ ସହ ଘଟିଛି । ତେବେ ଏଭଳି ଭିଡିଓ କଲ୍ ରୁ ନିଜକୁ ସୁରକ୍ଷିତ ରଖନ୍ତୁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।